ରଫିକ୍ ଓ ଇଫତିଖାରଙ୍କ ବେଆଇନ ଆଡ୍ଡାକୁ ଆଜି ଭାଙ୍ଗିଛି ୟୁପି ପୋଲିସ । ୭ ଲକ୍ଷ ଟଙ୍କା ସହ ଉଭୟଙ୍କ ଘରୁ ବିପୁଳ ଶସ୍ତ୍ର ଜବତ କରିଛି ପୋଲିସ । ଏହି ଦୁଇ ଜଣ ମାଫିଆ ମୁଖତାର ଅଂସାରୀର ସମ୍ପର୍କରେ ଥିବା ବେଳେ ତାର ସହଯୋଗୀ ମାନଙ୍କୁ ସହଯୋଗ କରୁଥିଲେ ।

ଅର୍ଗସ ବ୍ୟୁରୋ : ୟୁପିରେ ପୁଣି ବୁଲିଲା ବୁଲଡୋଜର । କୁଖ୍ୟାତ ମାଫିଆ ମୁଖତାର ଅଂସାରୀର ୨ ସହଯୋଗୀଙ୍କ ବେଆଇନ ଘର ଓ ଆଡ୍ଡାକୁ ଭାଙ୍ଗିଛି ଯୋଗୀ ସରକାରଙ୍କ ବୁଲଡୋଜର । ମୁଖତାର ଅଂସାରୀ ଗିରଫ ହୋଇ ଜେଲ୍ ରେ ଥିବା ବେଳେ ତାର କିଛି ସହଯୋଗୀ ଏବେ ମଧ୍ୟ ସକ୍ରିୟ ରହିଛନ୍ତି ।

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗୋରିଲ ଗ୍ରାମର କାଜୁ ଜଙ୍ଗଲରେ ଦୁଇଦିନ ହେବ ଏକ ଦନ୍ତା ହାତୀ ଟି ଅସୁସ୍ଥ ଥିଲା . ହିନ୍ଦୋଳ ବନ ବିଭାଗ ଅସୁସ୍ଥ ହାତୀଟିର ଯତ୍ନ ନେଉଥିବା ଜଣାପଡିଥିଲା. କିନ୍ତୁ ବଡ଼ ଦୁଃଖର ବିଷୟ ହାତୀଟିର ୪୩ ଘଣ୍ଟା ଯତ୍ନ ନେବା ପରେ , ଗତକାଲି ରାତି ୨ ଘଟିକା ସମୟରେ ହାତୀ ଟି ମୃତ୍ୟୁବରଣ କରିଛି.
ଅଧିକ ପଢନ୍ତୁ : ଦୁଇ ଦିନ ହେଲା ଦନ୍ତା ହାତୀ ଅସୁସ୍ଥ
ଘଟଣା ସ୍ଥଳକୁ ହିନ୍ଦୋଳ ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ପହଞ୍ଚି ସାରିଛନ୍ତି, ଏବଂ ପ୍ରଥମେ ମୃତ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ ଓ କେଉଁ କାରଣରୁ ମୃତ୍ୟୁବରଣ କରିଛି ତାହା ପରିକ୍ଷା ପରେ ଜଣାପଡ଼ିବ, ଓ ଜେସିବି ମେସିନ୍ ସାହାଯ୍ୟ ରେ ଖୋଳା ଯାଇଥିବା ଗାତ ରେ ମୃତ୍ୟୁବରଣ କରିଥିବା ହାତୀ ଟି ର ଅନ୍ତିମ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି

ଅର୍ଗସ ବ୍ୟୁରୋ: ନୂଆ ସଂସଦ ଭବନକୁ ମହିଳା, ଅନୁସୂଚିତ ଜନଜାତି ନେତା ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନକୁ ଦର୍ଶାଉଥିବା କଳାକୃତି ଗୁଡିକୁ ଦର୍ଶାଯିବ । କେବଳ ସେତିକି ନୁହେଁ, ପୂର୍ବରୁ ଦେଶରୁ ଚୋରି ହୋଇ ବିଦେଶକୁ ଯାଇଥିବା ଓ ପରେ ଭାରତ ଆସିଥିବା 14ଟି ମୂର୍ତ୍ତିକୁ ସଂସଦ ଭବନ ପରିସରରେ ବିଶିଷ୍ଟ ସ୍ଥାନରେ ପ୍ରଦର୍ଶିତ କରାଯିବ । ଗ୍ୟାଲେରୀରେ ଏକ ଡିଜିଟାଲ ପ୍ରାଚୀର ମଧ୍ୟ ରହିବ ଯେଉଁଥିରେ ଲୋକସ ଭାର ସ୍ଥାପନା ପର ଠାରୁ ସଂସଦ ସଦସ୍ୟ ମାନଙ୍କର ସମ୍ପର୍କରେ ବିବରଣୀ ରହିବ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ସଂସଦର ନୂଆ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ 28 ତାରିଖ ଦିନ ଦେଶକୁ ସମର୍ପିତ କରିଥିଲେ । ନୂଆ ସଂସଦ ଭବନରେ ଭାରତର ସଂସ୍କୃତି ଓ ଐତିହ୍ୟର ଝଲକ ମିଳିବ ବୋଲି ସେତେବେଳେ କୁହାଯାଇଥିଲା । ଏହି କ୍ରମରେ ସଂସଦକୁ ସଜ୍ଜିତ କରିବାର ଦ୍ୱିତୀୟ ପର୍ଯ୍ୟାୟରେ ଏହି କଳାକୃତି ଗୁଡିକୁ ତିଆରି କରାଯାଉଛି । ଏହି କାମ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସଂସ୍କୃତି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟ ଏକ ମହତ୍ୱାକାଂକ୍ଷୀ ଅବଧାରଣା । ସେ କହିଛନ୍ତି ଯେ ପ୍ରାକ ଐତିହାସିକ କାଳରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ଓ ଦେଶର 75 ପଥ ପ୍ରଦର୍ଶକ ମହିଳା ମାନଙ୍କୁ ଦର୍ଶାଯାଉଛି । ଏକ ଗ୍ୟାଲେରୀ ଦେଶ ପାଇଁ ମହାନ କାମ କରିଥିବା ଅନୁସୂଚିତ ଜନଜାତି ବର୍ଗର ନେତା ମାନଙ୍କ ପାଇଁ ସମର୍ପିତ ହେବ ।
ସେ ଆହୁରି କହିଛନ୍ତି ଯେ ଆମ ନିକଟରେ ଭାରତର ସମୃଦ୍ଧ ପରମ୍ପରା, ପ୍ରକୃତି ଜ୍ଞାନ ଓ ଖେଳକୁ ପ୍ରଦର୍ଶିତ କରୁଥିବା ଏକ ଗ୍ୟାଲେରୀ ମଧ୍ୟ ରହିବ । ଥରେ ସଂସଦକୁ ସୁସଜିତ କରିବାର ବର୍ତ୍ତମାନ କାମ ଶେଷ ହୋଇ ସାରିବା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ । ଏଥି ନିମନ୍ତେ କନସେପ୍ଟ ତିଆରି ହୋଇ ସରିଛି । କେବଳ ସେତିକି ନୁହେଁ କଳାକାର ମାନଙ୍କର ମଧ୍ୟ ଚୟନ କରାଯାଇ ସରିଛି ବୋଲି ସେ ସୂଚନା ଦେଇଛନ୍ତି ।
ଭାରତରୁ ଚୋରି ହୋଇ ବିଦେଶକୁ ଚାଲିଯାଇଥିବା ଓ ପରେ ପୁଣି ସ୍ୱଦେଶ ଫେରିଥିବା ପ୍ରସିଦ୍ଧ 14ଟି ମୂର୍ତ୍ତିକୁ ମଧ୍ୟ ସଂସଦର ବିଶିଷ୍ଟ ସ୍ଥାନରେ ରଖାଯିବ । ଏହି ମୂର୍ତ୍ତି ଗୁଡିକ ଅତ୍ୟନ୍ତ ପ୍ରାଚୀନ ଓ ଏଗୁଡିକୁ ତସ୍କରୀ କରି ବିଦେଶରେ ବିକ୍ରୀ କରି ଦିଆଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ଏହି 14ଟି ମୂର୍ତ୍ତିକୁ ପୁଣି ଥରେ ସ୍ୱଦେଶ ଫେରାଇ ଅଣା ଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର

ଭୁବନେଶ୍ୱର: ଏଥର ରଜକୁ ଫିକା କରିବ ଖରା । ୫ ଦିନ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ସ୍ଵାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ବୃଦ୍ଧି ହେବ ଦିନ ତାପମାତ୍ରା । ଅନ୍ୟପଟେ ଲୁଚକାଳି ଖେଳୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି ମୌସୁମୀ କେରଳ ଛୁଇଁଥିବାବେଳେ କେବେ ଓଡ଼ିଶା ଛୁଇଁବ ମୌସୁମୀ ତାହା ସ୍ପଷ୍ଟ ହୋଇପାରୁନାହିଁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ ରେ କେରଳ ଛୁଉଁଥିବାବେଳେ ଏବର୍ଷ ସାମାନ୍ୟ ବିଳମ୍ବ ହୋଇଛି । ଫଳରେ ପ୍ରାୟ ୧ ସପ୍ତାହ ବିଳମ୍ବରେ ତଥା ଆଜି ମୌସୁମୀ କେରଳ ଛୁଇଁଛି ।
ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲା ଗୁଡ଼ିକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ୧୬ ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ହଳଦିଆ ଚେତାବନୀ ଜାରି କରାଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ଵରର ତାପମାତ୍ରା ରହିଥିଲା ୪୧.୨ ଡିଗ୍ରୀ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ନଥିବାବେଳେ ତାପମାତ୍ରା ବଢିବ । ଆଜି ଭୁବନେଶ୍ଵରର ତାପମାତ୍ରା ୪୦ କିମ୍ବା ୪୧ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
