ଏହି ଫିଲ୍ମକୁ ଅଡିଟରିୟମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ତଥା ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ପାଇଁ ଲକ୍ଷ୍ନୌ ସହରର 18ଟି ମହାବିଦ୍ୟାଳୟର 3 ଶହ ଛାତ୍ରୀଙ୍କୁ ଡକା ଯାଇଥିଲା । ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂର ବ୍ୟବସ୍ଥା କରି ସେମାନଙ୍କୁ ଫିଲ୍ମ ଦେଖାଇଥିବାରୁ ଏହି ଛାତ୍ରା ମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଆଜି ମନ୍ତ୍ରିମଣ୍ଡଳର ଅନ୍ୟ ମାନନୀୟ ସଦସ୍ୟ ମାନଙ୍କ ସହ କେରଳ ଷ୍ଟୋରୀର ସ୍ପେଶାଲ ସ୍କ୍ରିନିଂ ଦେଖିଲି । । ଏହି ଫିଲ୍ମ ସହ ଜଡିତ ସମସ୍ତ ଲୋକ ମାନଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା । ଏହା ପୂର୍ବରୁ ଗତ ବୁଧବାର ଦିନ ଦି କେରଳ ଷ୍ଟୋରୀ ଫିଲ୍ମର ସମ୍ପୂର୍ଣ ଟିମ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଯାଇ ସେଠାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିଲା ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଭେଟିଥିବା ଦି କେରଳା ଷ୍ଟୋରୀ ଫିଲ୍ମର ସମ୍ପୂର୍ଣ ଟିମର ଫଟୋ ନିଜେ ଏ ସମ୍ପର୍କିତ ଫଟୋ ଶେୟାର କରିଥିଲେ । ତାଙ୍କର ଚିର ପରିଚିତ ଶୈଳୀରେ ଦେଖା ଯାଉଛନ୍ତି । ଫଟୋରେ ଫିଲ୍ମର ପ୍ରଯୋଜକ ବିପୁଳ ଅମୃତଲାଲ ଶାହ, ଫିଲ୍ମର ନିର୍ଦେଶକ ସୁଦୀପ୍ତ ସେନ, ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଦା ଶର୍ମା ଓ ଅନ୍ୟ ଦୁଇ ଜଣ ଦେଖା ଯାଉଥିଲେ । ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶରେ ଫିଲ୍ମ ଦି କେରଳ ଷ୍ଟୋରୀକୁ କର ମୁକ୍ତ ବୋଲି ଘୋଷଣା କରିଥଲେ । ସେ ନିଜେ ଟ୍ୱିଟ କରି ଏହି ଘୋଷଣା କରିଥିଲେ । ଉତ୍ତର ପ୍ରଦେଶ ସରକାର ଟ୍ୟାକ୍ସ ଫ୍ରି କରିବା ପୂର୍ବରୁ ମଧ୍ୟ ପ୍ରଦେଶ ସରକାର ଏହା ପୂର୍ବରୁ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରି ସାରିଛନ୍ତି ।
ଏହି ଫିଲ୍ମକୁ ନେଇ ଅଯଥା ଭାବେ ବିବାଦ ଦେଖା ଦେଇଛି । କେରଳ ଷ୍ଟୋରୀ ଫିଲ୍ମରେ କଟ୍ଟରପନ୍ଥୀ ମୁସଲମାନ ମାନ ମୁସଲମାନ ଯୁବକ ମାନଙ୍କୁ ହିନ୍ଦୁ ଝିଅ ମାନଙ୍କୁ ଫସାଇବାକୁ ତାଲିମ ଦେଉଥିବା ନେଇ ଦର୍ଶାଯାଇଛି । ଏହା ପରେ ସେମାନେ ଅଣ ମୁସଲମାନ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅ ମାନଙ୍କର ଧର୍ମାନ୍ତରୀକରଣ କରାଯିବା ପରେ ସେହି ଝିଅ ମାନଙ୍କୁ ଇସଲାମୀ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସେକ୍ସ ସ୍ଲେଭ ଭାବେ ପଠାଇ ଦିଆଯାଏ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଏହାକୁ ନିଖୁଣ ଭାବେ ଦର୍ଶାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର