ଆଜି ଲକ୍ଷ୍ନୌ ବିଜନୋରର ଭର୍ଡମାନ ଡିଗ୍ରୀ କଲେଜରେ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ କଟକଣା କୋହଳ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଦଳୀୟ କର୍ମୀ ଏବଂ ଭୋଟରମାନଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି।
ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଏହି ସଭାରେ ୧୦୦୦ଲୋକଙ୍କୁ ଅନୁମତି ଥିବା ବେଳେ ୨୧ଟି ନିର୍ବାଚନମଣ୍ଡଳୀରେ ଏଲଇଡି ସ୍କ୍ରିନ ମାଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସଭାର ସିଧା ପ୍ରସାରଣ କରାଯିବ ବୋଲି ଜଣାପଡିଛି। ଏହି ସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ରାଜ୍ୟ ଓ କେନ୍ଦ୍ରର ନେତୃତ୍ବ ମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।