ବର୍ଷା ନହେଲେ ଅନେକ ସ୍ଥାନରେ ବେଙ୍ଗ ବେଙ୍ଗୁଲି ବାହାଘର କରାଯାଏ । କିନ୍ତୁ ଏହି ଭଳି ଏକ ବିଚିତ୍ର ଘଟଣା ପ୍ରଥମ ଥର ଦେଖିବାକୁ ମିଳିଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଅଭିଯୋଗ ପତ୍ର ଏବେ ସୋସିଆଲ୍ ମିଡିଆରେ ବେଶେ ଭାଇରାଲ ହେବାରେ ଲାଗିଛି।
କିଛିଦିନ ତଳେ ଗୋଣ୍ଡା ଜିଲ୍ଲାରେ ‘ସମ୍ପୂର୍ଣ୍ଣ ସମାଧାନ ଦିବସ’ର ଆୟୋଜନ କରାଯାଉଥିଲା । ଏହି ଦିବସରେ ତହସିଲ ଓ ଜନପଦ ଅଧିକାରୀମାନେ ଯୋଗଦେଇ ଲୋକମାନଙ୍କର ସମସ୍ୟା ପଚାରି ବୁଝିଥିଲେ । ଏହି ଅବସରରେ ଝାରଗ୍ରାମ ବାସିନ୍ଦା ସୁମିତ କୁମାର ଯାଦବ ଉପଜିଲ୍ଲାଧିକାରୀ କରନେଲଗଞ୍ଜଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ । ସେଥିରେ ଲେଖାଥିଲା ଯେ, ଅନେକ ଦିନ ଧରି ବର୍ଷା ହେଉନଥିବାରୁ ଜନଜୀବନ ଓ ଚାଷବାସ ଉପରେ କୁପ୍ରଭାବ ପଡୁଛି । ଏଥିଯୋଗୁଁ ବିଶେଷ କରି ମହିଳା ଓ ଶିଶୁମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ତେଣୁ ଏ କ୍ଷେତ୍ରରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ସୋସିଆଲ୍ ମିଡିଆରେ ଏହି ଅଭିଯୋଗ ପତ୍ରକୁ ନେଇ ଅନେକ ପ୍ରକାର କମେଣ୍ଟସ୍ ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଆଷାଢ ମାସରେ ଯେଉଁଠି ଅଧିକ ବର୍ଷା ହେବା କଥା, ସେଠାରେ ବର୍ଷାର ବୁନ୍ଦା ମଧ୍ୟ ଦେଖିବାକୁ ମିଳୁନାହିଁ । କେଉଁ କାରଣ ପାଇଁ ଇନ୍ଦ୍ରଦେବ କୋପ କରିଛନ୍ତି, ତାହା ଅଜଣା ।