କନୌଜ: କନୌଜରେ ଭିଷଣ ଅଗ୍ନିକାଣ୍ଡ । ଉତ୍ତର ପ୍ରଦେଶର କନୌଜରେ ଶୁକ୍ରବାର ରାତିରେ ଜିଟି ରୋଡ ହାଇଓ୍ୱେ ଉପରେ ଏକ ବସ୍ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଛି । ଏହା ପରେ ବସ୍ରେ ନିଆଁ ଲାଗିଯାଇଥିଲା । ଫଳରେ 20 ଜଣଙ୍କ ମୃତ୍ୟୁ ହେବା ସହ 21 ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୁଚନାମୁତାବକ, ଯାତ୍ରୀବସ କନୌଜର ଗୁରସହାୟଗଞ୍ଜ ଠାରୁ ଜୟପୁର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିବା ପରେ ବସ ଜଳିବାକୁ ଲାଗିଥିଲା । କିନ୍ତୁ ଯାତ୍ରୀମାନେ ବସ ଭିତରୁ ବାହାରି ପାରି ନ ଥିଲେ । ଫଳରେ 20 ଜଣଙ୍କ ଜୀବନ ଚାଲିଯାଇଥିଲା ।
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଆହତମାନଙ୍କୁ ଯଥାଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଆଦେଶ ଦେଇଛନ୍ତି । ଆହତମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଓ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
मुख्यमंत्री श्री @myogiadityanath जी ने जनपद कन्नौज में डबल डेकर बस में आग लगने की घटना का त्वरित संज्ञान लिया है।
मुख्यमंत्री जी ने जनपद कन्नौज के जिलाधिकारी व पुलिस अधीक्षक को तत्काल घटनास्थल पर पहुंचने और यात्रियों को बेहतर चिकित्सा सुविधा मुहैया कराने के निर्देश दिए हैं। — CM Office, GoUP (@CMOfficeUP) January 10, 2020
