ଲକ୍ଷ୍ନୌ: ଅନଲାଇନ୍ ଗେମରେ ଡେୟାର କମ୍ପ୍ଲିଟ ପାଇଁ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ କରିଦେଲା ଜଣେ 20 ବର୍ଷୀୟ ଯୁବକ । ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କ ଆକାଉଣ୍ଟ ହ୍ୟାକ୍ କରିବା ସହ 10 ଲକ୍ଷ ଟଙ୍କା ଉଠାଇ ନେଇଛି ଯୁବକ । ଏଭଳି ଏକ ଘଟଣାର ପର୍ଦ୍ଦାଫାସ ହୋଇଥିଲା ଯେତେବେଳେ ଶିକ୍ଷକ ହିରିବଂଶ ଲାଲ ଶ୍ରୀବାସ୍ତବ ବିଳାରିୟାଗଞ୍ଜ ପୋଲିସ ଷ୍ଟେସନରେ ଏନେଇ ଏକ ଏତଲା ଦେଇଥିଲେ । ନିଜ ଏତଲାରେ ଶ୍ରୀବାସ୍ତବ ଦର୍ଶାଇଥିଲେ ଯେ, ତାଙ୍କ ଆକାଉଣ୍ଟରୁ ଏପ୍ରିଲ 10 ଓ ମେ 12ରେ 10 ଳକ୍ଷ ଟଙ୍କା ଡେବିଟ୍ ହୋଇଛି ।
ଏଭଳି ଏକ ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ତାପରେ ପୋଲିସ ଇଲେକ୍ଟ୍ରିକ୍ ଏଭିଡେନ୍ସ ଖୋଜିବାକୁ ଚେଷ୍ଟା କରିଥିଲା । ଏହା ମାଧ୍ୟମରେ ଆକାଉଣ୍ଟ ହ୍ୟାକ୍ ପାଇଁ ଯେଉଁ ଫୋନ ବ୍ୟବହାର କରାଯାଇଥିଲା ତାର ଲୋକେସନ୍ ଟ୍ରାକ୍ କରିବାକୁ ପ୍ରୟାସ କରିଥିଲା ପୋଲିସ । ପରେ ଜଣାପଡ଼ିଲା ଯେ ସେମିତି ଏକ ଫୋନ ଆଗ୍ରାର ଲୋହିଆ ନଗର ଅଞ୍ଚଳରେ ବ୍ୟବହାର ହେଉଛି । ଏହି ଫୋନ ସାଗର ସିଂହ ନାଁରେ ରହିଛି । ଏହାପରେ ଲୋକେସନ୍ ଟ୍ରାକ୍ କରି ସାଗରକୁ ଅଟକ ରଖିଥିଲା ପୋଲିସ ।
ପଚରାଉଚରା ପରେ ସାଗର ତାର ଦୋଷ ସ୍ୱିକାର କରିଥିଲା । ଅନ୍ତର୍ଜାତୀୟ ଅନଲାଇନ୍ ଗେମ୍ ‘ଫାୟାର ପାୱାର’ ରେ ଦିଆଯାଇଥିବା ଏକ ଡେୟାରକୁ ପୁରା କରିବାକୁ ସେ ଏଭଳି କରିଥିଲା । ବହୁ କଷ୍ଟରେ ଏହି ଗେମ୍ ଖେଳିବାକୁ ପଡ଼େ । ଏହାସହ ଏହି ଗେମ ଖେଳିଲେ ସୁନା, ହୀରା ଆଦି ପୁରସ୍କାର ସୂରୁପ ମିଳେ ଏବଂ ସେ ମଧ୍ୟ ପାଇଥିବା ନେଇ ସ୍ୱିକାର କରିଛି ସାଗର । ତେବେ ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସେ କହିଛନ୍ତି, ଅନଲାଇନ ଗେମିଂ ଗ୍ୟାଙ୍ଗ ସାଗର ଭଳି ପିଲାଙ୍କୁ ଟାର୍ଗେଟ କରୁଛନ୍ତି । ସେମାନଙ୍କ ଇଚ୍ଛାକୁ ପରଖିବା ପରେ ସେମାନଙ୍କ ଦ୍ୱାରା ବିଭିନ୍ନ ଷ୍ଟେଜ୍ ମାଧ୍ୟମରେ ଲୁଟ କରିବାକୁ ପ୍ରବର୍ତ୍ତାଉଛନ୍ତି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।