ଜଣେ ଆମେରିକୀୟ କୂଟନୀତିଜ୍ଞ ସଫେଇ ଦେଇ କହିଛନ୍ତି, ଆମେରିକା କେବଳ ପାକିସ୍ତାନକୁ ଏଫ୍-୧୬ ଫ୍ଲିଟ୍ର କିଛି ଅଂଶ ବିକ୍ରି କରିଛି। ଆମେରିକା ସରକାର ପକ୍ଷରୁ ପାକିସ୍ତାନକୁ କୌଣସି ସହାୟତା ଦିଆଯାଇନାହିଁ। ସେହିପରି ଆମେରିକା ବିଦେଶ ବ୍ୟାପାର ସହକାରୀ ସଚିବଙ୍କ କହିବାନୁଯାୟୀ, ପାକ୍ କୁ ଦେଇଥିବା ଏଫ୍-୧୬ ଫାଇଟର ଜେଟ୍ର ରକ୍ଷାବେକ୍ଷଣ ପାଇଁ କିଛି ସ୍ପେୟାର ପାର୍ଟସ ବିକ୍ରି ହୋଇଛି। ପାକିସ୍ତାନକୁ କୌଣସି ପ୍ରକାର ସୁରକ୍ଷା ସହଯୋଗ କରାଯାନାହିଁ ବୋଲି କହି ଖଣ୍ଡନ କରିଛନ୍ତି । ତେବେ ଆମେରିକା କହୁଛି ଆମେ ସହାୟତା କରୁନୁ ବିକ୍ରି କରୁଛୁ। କିନ୍ତୁ ଏହା ନିଶ୍ଚିତ ଯେ ଯୋ ବାଇଡେନ ପ୍ରଶାସନରେ ପାକିସ୍ତାନ ପ୍ରତି ଦରଦ ଭରି ରହିଛି। ଯାହା ଏଫ୍-୧୬ ଯୁଦ୍ଧରୁ ପ୍ରମାଣ ମିଳୁଛି। ୟାଡେ ପାକ୍ କୁସହାୟତା କରୁଛି ସେପଟେ ଫାଙ୍କି ଦେଇ ଆମେରିକା କହୁଛି ଆମେ ସହୟତା କରୁନୁ କିଛି ସ୍ପେୟାର ପାର୍ଟସ୍ ବିକ୍ରି କରୁଛୁ। ତେବ ଆମେରିକର ଯେତେ ଫାଙ୍କିଲେ ଫାଙ୍କୁ ଯେତେ ଗାଲୁଆମି କରିଲେ କରୁ କିଛି ଫରକ୍ ପଡିବ ନାହିଁ କାରଣ ଭାରତ ଆମେରିକାର ଗତିବିଧି ଉପରେ ସତର୍କ ନଜର ରଖିଛି।
ବିଦେଶ ଖବର ଆହୁରି ପଢନ୍ତୁ ।