ଉଭୟ ଦେଶକୁ ଶାନ୍ତି ବଜାୟୀ ରଖିବାକୁ ପରାମର୍ଶ ଦେବା ସହିତ ଭାରତ ଡିସଏନଗେଜମେଣ୍ଟ ପାଇଁ ନେଉଥିବା ପଦକ୍ଷେପକୁ ଆମେରିକା ପ୍ରଶଂସା ବାର୍ତ୍ତା ପଠାଇଛି। ସୀମାରେ ଚୀନ ନିୟମିତ ଭାବେ ସୈନ୍ୟ ଏବଂ ଅସ୍ତ୍ର ଶସ୍ତ୍ର ଠୁଳ କରୁଛି। ଏପରି କରି ଚାଇନା ଉତ୍ତେଜନା ସୃଷ୍ଟି କରୁଛି। କିନ୍ତୁ ଉତ୍ତେଜନା ହ୍ରାସ କରିବାକୁ ଭାରତ ନେଉଥିବା ପଦକ୍ଷେପକୁ ଆମେରିକା ସମର୍ଥନ କରୁଛି। ଆମେରିକା ସବୁବେଳେ ତା'ର ସହଯୋଗୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରେସ ସଚିବ ପ୍ୟାଟ ରାଇଡର କହିଛନ୍ତି। ହ୍ୱାଇଟ ହାଉସ ପକ୍ଷରୁ ମଧ୍ୟ ଘଟଣା ଉପରେ ପ୍ରତିକ୍ରିୟା ଦିଆଯାଇଛି। ହ୍ୱାଇଟ ହାଉସ ପ୍ରେସ ସଚିବ କାରିନ ଜେନ ପିଏରେ କହିଛନ୍ତି, ଆମେରିକା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
ତଓ୍ବାଙ୍ଗ ସେକ୍ଟରର ଏଲଏସି ନିକଟରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହୋଇଥିଲେ। ଚାଇନିଜ ସୈନ୍ୟ ଏଲଏସି ଡେଇଁ ଭାରତର ଗୋଟିଏ ଅଂଶକୁ ନିଜର ବୋଲି ଦାବି କରିଥିଲେ।ତେବେ ଭାରତୀୟ ସେନା ଚାଇନାର କୌଣସି ଯୋଜନାକୁ ସଫଳ ହେବାକୁ ଦେଇନି। ଯବାନମାନେ କଡ଼ା ମୁକାବିଲା କରିବାରୁ ଚାଇନିଜ ଟ୍ରୁପ୍ସ ପୁଣିଥରେ ନିଜ ପୋଷ୍ଟକୁ ଫେରି ଯାଇଥିଲେ। ଏହି ଘଟଣା ପରେ ସୀମାରେ ଉତ୍ତେଜନା ପ୍ରକାଶ ପାଇଛି।