ଓ୍ୱାଶିଙ୍ଗଟନ: ଆମେରିକାର ନେବଳ ଶିପୟାର୍ଡରେ ହଠାତ ଗୁଳିବର୍ଷାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ । ଆମେରିକା ନୌସେନା ଓ ବାୟୁ ସେନାର ସଂଯୁକ୍ତ ବେସ ପର୍ଲ ହାର୍ବର ହିକମରେ ଗୁରୁବାର ଦିନ ହଠାତ୍ ଆରମ୍ଭ ହୋଇଥିଲା ଫାଇରିଙ୍ଗ । ଏହି ଘଟଣା ସମୟରେ ଭାରତୀୟ ବାୟୁସେନା ମୁଖ୍ୟ ନିଜ ଟିମ୍ ସହିତ ଏହି ବେସ୍ରେ ଉପସ୍ଥିତ ଥିଲେ । ସୁଚନାମୁତାବକ ଶିପୟାର୍ଡରେ ମୁତୟନ ଥିବା ଜଣେ ଗନମ୍ୟାନ ହଠାତ୍ ଏହି ଗୁଳିକରିବା ଆରମ୍ଭ କରିଦେଇଥିଲେ ।
ଏହି ଘଟଣାରେ ପାଖାପାଖି 3 ଜଣ ଗୁରୁତର ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ଶୋଚନୀୟ ଥିବା ଜଣାପଡିଛି । ତେବେ ଫାଇରିଙ୍ଗ କରିଥିବା ଗନମ୍ୟାନ ପରେ ନିଜକୁ ଗୁଳି କରିଛନ୍ତି । ଏହି ଘଟଣା ପରେ ପୁରା ଅଞ୍ଚଳକୁ ଘେରାବନ୍ଦି କରାଯାଇଛି । ଭାରତୀୟ ବାୟୁସେନା କହିଛି ଯେ, ଏୟାର ଚିଫ୍ ମାର୍ଶାଲ ରାକେଶ କୁମାର ସିଂହ ଭଦୋରିଆ ସୁରକ୍ଷିତ ଅଛନ୍ତି । ଏଥିସହିତ ତାଙ୍କ ସହ ଥିବା ଟିମ୍ ମଧ୍ୟ ସୁରକ୍ଷିତ ଅଛି । ଭଦୋରିଆ ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ପରିବର୍ତ୍ତିତ ହେଉଥିବା ଭୂଭାଗର ସୁରକ୍ଷା ଦୃଶ୍ୟ ଉପରେ ଆଲୋଚନା କରିବା ପାଇଁ ବିଭିନ୍ନ ବାୟୁସେନା ବଳଙ୍କ ମୁଖ୍ୟଙ୍କ ସମ୍ମିଳନୀରେ ଭାଗ ନେବା ପାଇଁ ଆମେରିକାରେ ଉପସ୍ଥିତ ଅଛନ୍ତି ।
Indian Air Force: IAF Chief Air Chief Marshal RKS Bhadauria & his team were present at the time of shooting incident at Joint Base Pearl Harbor Hickam, the US Navy and Air Force Base, in Hawai, USA. All IAF personnel, including the chief are safe and unaffected by the incident. pic.twitter.com/D6qkXDsPxU
— ANI (@ANI) December 5, 2019
ଅର୍ଗସ ବ୍ୟୁରୋ: ବଲିଉଡର ଭେଟେରାନ ଅଭିନେତ୍ରୀ ଓ୍ବାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଓ୍ବାହିଦା ସେ ସମୟରେ ଜଣେ ଲିଡିଂ ଅଭିନେତ୍ରୀ ଥିଲେ। ଫିଲ୍ମ ପ୍ୟାସା, କାଗଜ କେ ଫୁଲ, ଚୌଦବୀ କା ଚାନ୍ଦ ଏବଂ ଗାଇଡ ଭଳି ଫିଲ୍ମରେ ଲିଡ ରୋଲରେ କାମ କରିଥିଲେ।
I feel an immense sense of happiness and honour in announcing that Waheeda Rehman ji is being bestowed with the prestigious Dadasaheb Phalke Lifetime Achievement Award this year for her stellar contribution to Indian Cinema.
Waheeda ji has been critically acclaimed for her… — Anurag Thakur (@ianuragthakur) September 26, 2023
ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି ଏବଂ ନିଜ ଖୁସି ଜାହିର କରିଛନ୍ତି। ଅନୁରାଗ ଲେଖିଛନ୍ତି ଚଳିତବର୍ଷ ଦାଦା ସାହେବ ଫାଲକେ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ଦିଆଯିବ କାରଣ ଓ୍ବାହିଦାଜୀଙ୍କର ବଲିଉଡ ତଥା ହିନ୍ଦୀ ସିନେମା ପ୍ରତି ଥିଲା ଅନନ୍ୟ ଯୋଗଦାନ। ମୁଁ ଏହି ପୁରସ୍କାରର ଘୋଷଣା କରିଥିବାରୁ ଅତ୍ୟନ୍ତ ଖୁସି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଭଦ୍ରକ : ମହିଳାଙ୍କୁ ଯୌତୁକ,ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଶେଷରେ ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି. ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ଏରଡ଼ା ଗ୍ରାମରୁ. ଏହି ଗ୍ରାମର ଦେବାଶିଷ ବେହେରାଙ୍କ ଝିଅ ମଧୁସ୍ମିତା ପଗଡ଼ ଗ୍ରାମର ପ୍ରଭଞ୍ଜନ ଦାସ ମହାପାତ୍ର ଙ୍କୁ 3 ବର୍ଷ ତଳେ ବିବାହ କରିଥିଲେ. ବିବାହ ବେଳେ ଯୌତୁକ ଟଙ୍କା ଓ ସୁନା ଅଳଙ୍କାର ପ୍ରଦାନ କରିଥିଲେ କନ୍ୟା ପକ୍ଷ. ତେବେ ବିବାହର କିଛି ମାସ ପରେ ତାଙ୍କ ଶଶୁର ଘର ଲୋକ ଓ ପ୍ରଭଞ୍ଜନ ମିଶି ମଧୁସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ.ତେବେ ହଠାତ ମଧୁସ୍ମିତା ମୃତ୍ୟୁ ବରଣ କରିଥିବା ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇ ଥିଲା.
ଅଧିକ ପଢନ୍ତୁ : ଝିଅକୁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିଲେ ଶାଶୁଘର
ଘର ଲୋକ ପହଞ୍ଚି ଦେଖନ୍ତି ଯେ ମଧୁସ୍ମିତାଙ୍କୁ ସୁପରି କଳ୍ପିତ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି . ତାଙ୍କ ଦେହରେ ଦାଗ ରହିଛି କିନ୍ତୁ ଖଟ ଉପରେ ପଡିଛନ୍ତି. ତେଣୁ ସେମାନେ ସାବରଙ୍ଗ ପୋଲିସ ପାଖରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି. ମୃତ ମଧୁସ୍ମିତା ଙ୍କର ଗୋଟିଏ 2 ବର୍ଷର ପୁଅ ଥିବାରୁ ଏହି ଘଟଣା ଏବେ ସେଠାରେ ଏକ ଦୁଖଦଃ ପରିସ୍ଥିତି ସୃଷ୍ଟି କରିଛି. ତେବେ ମୃତ ମଧୁସ୍ମିତା ଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ ପରେ ଜଣା ପଡିବ. ଅନ୍ୟପଟେ ସାବରଙ୍ଗ ପୋଲିସ ମୃତ ମଧୁସ୍ମିତା ଙ୍କ ସ୍ୱାମୀ ଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ବୋଲି ସାବରଙ୍ଗ ପୋଲିସ ପକ୍ଷରୁ ସୂଚନା ମିଳିଛି.
ଅର୍ଗସ ବ୍ୟୁରୋ: ପଡିଲା ହାତଗଣ୍ଠି। ସାତଜନମର ସାଥୀ ହୋଇଛନ୍ତି ପରୀ -ରାଘବ। ଦୁହିଁଙ୍କ ବିବାହ ବହୁତ ଧୁମଧାମରେ ସରିଛି। ଏହି ଦୁହିଁଙ୍କ ଯୋଡିକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି। ହେଲେ ଏସବୁ ଭିତରେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି କି , ଏହି ହାଇପ୍ରୋଫାଇଲ ମ୍ୟାରେଜରେ କୌଣସି ବଡ ବଲିଉଡ ତାରକା ଏବଂ ରାଜନେତା ଯୋଗ ଦେଇନଥିଲେ। କାହିଁକି କେହି ପରୀ-ରାଘବଙ୍କ ବିବାହରେ ଯୋଗ ଦେଇନଥିଲେ। ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ରାଜସ୍ଥାନର ଉଦୟପୁରରେ ସାତ ଫେରା ନେଇଥିଲେ। ଯେଉଥିରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ। ତାଙ୍କ ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରଓ୍ୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ମଧ୍ୟ ଯୋଗ ଦେଇଥିଲେ। ହେଲେ ଆସିନଥିଲେ ଅନ୍ୟ କୌଣସି ସେଲିବ୍ରେଟି ବା ରାଜନେତା।
ପ୍ରକୃତରେ ବର୍ତ୍ତମାନ ଉଭୟଙ୍କ ବିବାହ ରିସେପ୍ସନ ଅନୁଷ୍ଠିତ ହେବ। ନବ ବିବାହିତା ଦମ୍ପତି ଦୁଇଟି ସ୍ଥାନରେ ରିସେପ୍ସନ କରିବେ। ସାଙ୍ଗମାନଙ୍କ ପାଇଁ ଦୁଇଟି ରିସେପ୍ସନ ପ୍ରସ୍ତୁତ କରିଛନ୍ତି। ସୂଚନାନୁସାରେ, ଦୁହେଁ ଦୁଇଟି ରିସେପ୍ସନ ଆୟୋଜନ କରିବେ। ଗୋଟିଏ ଦିଲ୍ଲୀରେ ଏବଂ ଅନ୍ୟଟି ମୁମ୍ୱାଇରେ। ଦିଲ୍ଲୀର ରିସେପ୍ସନରେ ଅନେକ ରାଜନେତା ନଜର ଆସିବେ, ଯିଏ ରାଘବଙ୍କର ନିକଟର। ମୁମ୍ୱାଇରେ ପରିଣୀତି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ରିସେପ୍ସନ ପରେ ପରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ` ମିଶନ ରାନିଗଞ୍ଜ'ର ପ୍ରମୋସନ ଆରମ୍ଭ କରିପାରନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: