ଏହାପରେ ସେ ଅଧିକ ବିଲେଇ ଆଡପ୍ଟ କଲେ। ଏବେ ଉକ୍ତ ବ୍ୟକ୍ତିଙ୍କ ପାଖେ ୪୭ଟି ବିଲେଇ ଅଛି । ଏହି କାର୍ରେ ଛୋଟରୁ ଆରମ୍ଭ କରି ୧୨ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ବର୍ଗର ବିଲେଇ ରହୁଛନ୍ତି। ଘଟଣାଟି ହେଉଛି ଆମେରିକାର। ଆମେରିକାରେ ଏହି ସମୟରେ ଅତ୍ୟନ୍ତ ଗରମ ଅନୁଭୂତ ହୋଇଥାଏ।
ଏଠାକାର ତାପମାତ୍ରା ବର୍ତ୍ତମାନ ପାଖାପାଖି ୩୨ ଡିଗ୍ରୀ ସେଲସିୟସ ଥିବ। ଏପରି ସ୍ଥିତିରେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କର ୪୭ ବିଲେଇଙ୍କ ସହିତ କାର୍ ଭିତରେ ରହୁଛନ୍ତି। ଯଦିଓ ସେହି ବ୍ୟକ୍ତି ନିଜ ବିଲେଇମାନଙ୍କର ଯତ୍ନ ନେବା ପାଇଁ ସବୁକିଛି କରୁଛନ୍ତି, କିନ୍ତୁ ଏପରି ପରିବେଶରେ ରହିବା ବିଲେଇଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବୋଲି ଆନିମଲ୍ ହ୍ୟୁମାନ ସୋସାଇଟ୍ କହିଛି। ତେଣୁ ବିଲେଇ ମାନଙ୍କୁ ଉଦ୍ଧାର କରି ନେଇଛି ଆନିମଲ୍ ହ୍ୟୁମାନ ସୋସାଇଟ୍।