ଅର୍ଗସ ବ୍ୟୁରୋ: ଭାରତ ପାଇଁ ଉଡାଣ ଭରିଲେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଅର୍ଥାତ ଆଜି 11.40ରେ ଅହମଦାବାଦର ସରଦାର ବଲ୍ଲଭ ଭାଇ ପଟେଲ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଲ୍ୟାଣ୍ଡ କରିବେ । ଏୟାରପୋର୍ଟରେ ଟ୍ରମ୍ପଙ୍କୁ ସ୍ୱାଗତ କରିବେ ମୋଦି । ଏହା ପରେ ଭବ୍ୟ ରୋଡ ଶୋ ଆୟୋଜନ ହେବ । ଏଥିସହିତ ରାଷ୍ଟ୍ରପତି ସାବରମତି ଆଶ୍ରମ ପହଞ୍ଚିବେ ।
ରବିବାର ଦିନ ଭାରତ ଅଭିମୁଖେ ବାହାରିବା ପୂର୍ବରୁ ଟ୍ରମ୍ପ କହି୍ଥିଲେ ମୁଁ ଭାରତ ଲକ୍ଷ ଲକ୍ଷ ଲୋକମାନଙ୍କ ସହ ସାକ୍ଷାତ କରିବା ପାଇଁ ବହୁତ ଉତ୍ସାହିତ ଅଛି । ଏଥିସହିତ ପିଏମ ମୋଦି ମୋତେ ବହୁତ ଭଲ ଲାଗନ୍ତି ସେ ମୋର ମିତ୍ର ବୋଲି ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି । ତେବେ ନମସ୍ତେ ଟ୍ରମ୍ପ ଏକ ବଡ ଇଭେଣ୍ଟ ହେବାକ ଯାଉଛି । ପତ୍ନି ମେଲାନିଆ ଟ୍ରମ୍ପ, ଝିଅ ଇବାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ଭାରତ ଆସୁଛନ୍ତି ଟ୍ରମ୍ପ ।

