ଏଥିରେ ୨ ହଜାର ୫ ଶହ ତାମିଲ ବିଦ୍ବାନ ପ୍ରତିନିଧି ଭାବରେ ଭାଗନେବେ । ଉତ୍ତର ଭାରତ ଓ ଦକ୍ଷିଣ ଭାରତର ସଂସ୍କୃତିକୁ ଯୋଡ଼ିବା ପାଇଁ ଅନେକ ବର୍ଷ ଧରି ଆୟୋଜିତ ଏହିପରି କାର୍ଯ୍ୟକ୍ରମ ଯାହା ଏକ ଭାରତ ଶ୍ରେଷ୍ଠଭାରତର ବାର୍ତ୍ତା ପ୍ରଚାର କରିଥାଏ ।
ଉତ୍ତରପ୍ରଦେଶର କାଶୀରେ ଆରମ୍ଭ ହେବାକୁ ଯାଉଛି ‘କାଶୀ ତାମିଲ୍ ସମାଗମ’

ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶର କାଶୀରେ ଆରମ୍ଭ ହେବାକୁ ଯାଉଛି ‘କାଶୀ ତାମିଲ୍ ସମାଗମ’ । ୧୯ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାଗମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କାଶୀର ବନାରସ ହିନ୍ଦୁ ୟୂନିଭରର୍ସିଟ ରେ ଅନୁଷ୍ଠିତ ହେବ ତାମିଲନାଡ଼ୁର ବିଭିନ୍ନ ପ୍ରକାର ଧାର୍ମିକ, ସାଂସ୍କୃତିକ, ଆଧ୍ୟାତ୍ମିକ , ସାମାଜିକ ବାର୍ତ୍ତା ବିନିମୟ କାର୍ଯ୍ୟକ୍ରମ ।
Download Argus News App
