ୟୁପିର ବିଜନୌରରେ ମୋଦିଙ୍କ ପ୍ରଚାର । କବିତା ଜରିଆରେ ବିରୋଧୀ ଓ ସମାଜବାଦୀ ପାର୍ଟିକୁ ଟାର୍ଗେଟ କଲେ ମୋଦି । ଏହି ଅବସରରେ ପ୍ରସିଦ୍ଧ କବି ଦୁଷ୍ମନ୍ତଙ୍କ ଉକ୍ତିକୁ ନେଇ ବିରୋଧୀଙ୍କୁ ଆଟାକ୍ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦି କହିଥିଲେ, ନକଲି ସମାଜବାଦୀଙ୍କ ପାଇଁ ଅଟକି ରହିଥିଲା ବିକାଶ । ୨୦୧୭ ପୂର୍ବରୁ ଏଠାରେ ବିକାଶ ପହଞ୍ଚିପାରୁ ନ ଥିଲା। ତେବେ ଖରାପ ପାଣିପାଗ କାରଣରୁ ଗସ୍ତକୁ ରଦ୍ଦ କରାଯାଇ ଭର୍ଚୁଆଲରେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ।
ୟୁପିର ବିକାଶ ବିନା ଦେଶର ବିକାଶ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ୟୁପି ମେଁ ହେ ଭରି ହୁନକାର... ଏକ ବାର ଫିର ଯୋଗୀ ସରକାର। ଏଭଳି କହି ୟୁପିରେ ନିଜର ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଜନତା ପାର୍ଟି ଆସିଲେ ଆପଣଙ୍କ ସୁରକ୍ଷା ହେବ। କିନ୍ତୁ ଯଦି ଅନ୍ୟମାନେ ଆସିବେ ତେବେ ଗୁଣ୍ଡାମାନଙ୍କର ସ୍ୱପ୍ନ ପୂରଣ ହେବ।ଯେତେବେଳେ ଆପଣମାନେ ଭୋଟ ଦେବାକୁ ଯିବେ, ତେବେ ନିହାତି ମନେ ରଖିବେ ଆପଣମାନେ କେବଳ ୟୁପି ପାଇଁ ନୁହେଁ ଦେଶ ପାଇଁ ଯାଉଛନ୍ତି ଭୋଟ ଦେବାକୁ। ଆପଣମାନେ ହେଉଛନ୍ତି ୟୁପର ମତଦାତା । ୟୁପିର ବିକାଶ ବିନା ଦେଶର ବିକାଶ ହୋଇପାରିବ ନାହିଁ। ଏକଜୁଟ ହୋଇ ଆପଣମାନେ ସଠିକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Download Argus News App
