ଆଜି ଶପଥ ନେବେ ସୁପ୍ରିମକୋର୍ଟର ନବ ନିଯୁକ୍ତ ୫ ବିଚାରପତି
ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୭ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶର ସିତାପୁରରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ 7 ଜଣଙ୍କ ମୃତ୍ୟୁ ଘଟିଛି । ସୁଚନାମୁତାବକ, ବିସାଭାନ୍ ଅଞ୍ଚଳରେ ଗୁରୁବାର ଦିନ ଅର୍ଥାତ୍ ଆଜି ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଫ୍ୟାକ୍ଟ୍ରିରେ ଉପସ୍ଥିତ ଥିବା 7 ଜଣଙ୍କ ମୃତ ଘଟିଛି ।
ମୃତକମାନଙ୍କ ମଧ୍ୟରୁ 2 ପୁରୁଷ, 2 ମହିଳା ଓ 3 ଛୋଟ ପିଲା ସାମିଲ ଅଛନ୍ତି । ଘଟଣାସ୍ଥଳରେ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି । ତେବେ ଏପର୍ଯ୍ୟନ୍ତ ଗ୍ୟାସ୍ କିପରି ଲିକ୍ ହେଲା ତାହାର କାରଣ ଜଣାପଡିନାହିଁ ।
Download Argus News App
