ଉନ୍ନାଓ: ପୁଣି ଲଜ୍ଜା। ହାଇଦ୍ରାବାଦରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ଉତ୍ତର ପ୍ରଦେଶର ଉନ୍ନାଓରେ । ଉନ୍ନାଓରେ ଜଣେ ମହିଳାକୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେବାର ଚେଷ୍ଟା କରିଛନ୍ତି 5 ଦୁଷ୍କର୍ମକାରୀ । ଏ ସମସ୍ତ ଅଭିଯୁକ୍ତଙ୍କୁ ଆରେଷ୍ଟ କରିଛି ପୋଲିସ୍ । ଏହି 5 ଜଣ ଅଭିଯୁକ୍ତ ଗାଁର ବାହାରେ ଥିବା ବିଲରେ ଯୁବତୀକୁ ଜିଅନ୍ତା ଜାଳିବା ପାଇଁ ଚେଷ୍ଟା କରିଥିଲେ । ପୀଡିତା ଜଣଙ୍କ 90 ପ୍ରତିଶତ ଜଳି ଯାଇଛି ।
ଯୁବତୀକୁ ଲକ୍ଷ୍ନୌର ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଛି । 90 ପ୍ରତିଶତ ଜଳିଯାଇଥିଲେ ମଧ୍ୟ ପୀଡିତା କଥାବାର୍ତ୍ତା କରୁଛି । ପୋଲିସ୍ ପୀଡିତାର ବୟାନ ରେକର୍ଡ କରିଛି । ବୟାନରେ ଯୁବତି 5 ଅଭିଯୁକ୍ତଙ୍କ ନାମ କହିଛି । ଅଭିଯୁକ୍ତଙ୍କ ମଧ୍ୟରେ କିଛି ଅଭିଯୁକ୍ତ ଜେଲ ଫରେନ୍ତା ମଧ୍ୟ ଅଛନ୍ତି । ପୀଡିତାଙ୍କ ସହ ପୂର୍ବରୁ ମଧ୍ୟ ଦୁଷ୍କର୍ମ ହୋଇଥିଲା । ପୂର୍ବ ଘଟଣାରେ ଯେଉଁ ଅଭିଯୁକ୍ତ ଶାମିଲ ଥିଲେ ସେମାନେ ଯୁବତୀଙ୍କୁ ଏହି ଘଟଣାରେ ଜିଅନ୍ତା ଜଳାଇବାକୁ ଚେଷ୍ଟା କରିଥିଲେ । ଘଟଣାଟି ଉନ୍ନାଓ ଜିଲ୍ଳାର ବିହାର ଥାନାଅଞ୍ଚଳର ହିନ୍ଦୁନଗର ଗାଁରେ ଘଟିଛି ।
ଅର୍ଗସ ବ୍ୟୁରୋ : ଭାରତର ରୋମାଞ୍ଚକର ବିଜୟ, ପ୍ରଥମ ଦିନିକିଆରେ ବାଜିମାତ୍ । ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇଲା ଭାରତ । ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ ।
ଅଧିକ ପଢନ୍ତୁ : ଶାମିଙ୍କୁ ୫ ୱିକେଟ, ୨୭୬ ରନରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ
କେ.ଏଲ୍. ରାହୁଲଙ୍କ ଅଧିନାୟକତ୍ଵରେ ଭାରତର ଦମ୍ଦାର ବିଜୟ । ଓପନିଂ ଯୋଡ଼ିରେ ୧୪୨ ରନ୍ କଲେ ଋତୁରାଜ ଓ ଶୁବମନ୍ । ଶୁବମନ୍ ୭୪, ଋତୁରାଜ ୭୧, ରାହୁଲ ୫୮, ସୂର୍ଯ୍ୟକୁମାରଙ୍କ ୫୦ ରନ୍ ସଂଗ୍ରହ କରିଥିଲେ ।
ଅର୍ଗସ ବ୍ୟୁରୋ : ପୁଣି ବଢ଼ିଲା ଲାଲୁ ପରିବାରର ସମସ୍ୟା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ, ରାବ୍ରି ଓ ତେଦସ୍ବୀଙ୍କୁ ଜାରି ହୋଇଛି କୋର୍ଟ ସମନ । ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ, ପତ୍ନୀ ରାବ୍ରି ଦେବୀଙ୍କ ସହ ପୁଅ ତେଜସ୍ବୀ ଯାଦବଙ୍କ ଅକ୍ଟୋବର ୪ ତାରିଖରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
ମାମଲାରେ ସିବିଆଇ ଗତ ୨୧ ତାରିଖରେ ଦ୍ବିତୀୟ ଚାର୍ଜସିଟ ଦାଖଲ କରିବା ପରେ ସମସ୍ତ ୧୭ ଅଭିଯୁକ୍ତଙ୍କୁ ସମନ ଜାରି ହୋଇଛି । ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବାବେଳେ ବିଭାଗ ଗ୍ରେଡ ଫୋର ପଦବୀରେ ବେଆଇନ ଭାବେ ବହୁ ସଂଖ୍ୟାରେ ଯୁବକଙ୍କୁ ନିଯୁକ୍ତି ଦେଇଥିଲେ । ଏଥିପାଇଁ ଚାକିରି ଆଶାୟୀ ଲାଲୁଙ୍କ ପରିବାର ଲୋକଙ୍କ ନାମରେ ଜମି ରେଜିଷ୍ଟ୍ରି କରିବା ପରେ ଚାକିରିରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା ।
ନୂଆଦିଲ୍ଲୀ: 14 ଦିନ ପରେ ଚନ୍ଦ୍ରପୃଷ୍ଠରେ ଏବେ ଦିନ ହୋଇଛି। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡ଼ିଛି। ଫଳରେ ପୁଣି ଉଜ୍ଜୀବିତ ହୋଇଛି ଭାରତର ଚନ୍ଦ୍ରଯାନ ଅଭିଯାନ ସମ୍ପର୍କିତ ଉତ୍କଣ୍ଠା। ସ୍ଲିପ୍ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ। ଏଥିପାଇଁ ଆଉ କିଛି ଘଣ୍ଟା ପରେ ଇସ୍ରୋ ପ୍ରୟାସ ଆରମ୍ଭ କରିବ। ସୁପ୍ତ ହୋଇ ପଡି ରହିଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସତେଜ ହେବା ଆଶା ଉଜ୍ଜୀବିତ ହୋଇଛି । କାରଣ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପଡିଛି ସୂର୍ଯ୍ୟକିରଣ। ଯାହାଦ୍ବାରା ଧିରେ ଧିରେ ସୋଲାର ପ୍ୟାନେଲ୍ ଚାର୍ଜ ହେବ। ସ୍ଲିପ୍ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ। ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ ।
ଇସ୍ରୋର ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ? ଏହାକୁ ନେଇ ଜାରି ରହିଛି ସସପେନ୍ସ। କାରଣ ବୈଜ୍ଞାନିକଙ୍କ ମତରେ ଯଦି ଭାଗ୍ୟ ସାଥ୍ ଦେବ ତାହେଲେ ଜାଗ୍ରତ ହେବେ ବିକ୍ରମ ଓ ପ୍ରଜ୍ଞାନ। କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ଇସ୍ରୋ ପକ୍ଷରୁ ଏହି ରୋଭର ଓ ଲ୍ୟାଣ୍ଡର ସେପ୍ଟେମ୍ବର ୨ ଓ ୪ ତାରିଖରେ ପୂରା ଚାର୍ଜ କରିବା ପରେ ସ୍ଲିପ୍ ମୋଡରେ ରଖାଯାଇଥିଲା। କାରଣ ଚନ୍ଦ୍ରରେ ରାତ୍ରୀକାଳ ଆରମ୍ଭ ହୋଇଯାଇଥିଲା। ଆଉ ଏହି ସମୟରେ ତାପମାତ୍ର ମାଇନସ୍ ୧୨୦ ଡିଗ୍ରୀରୁ ମାଇନସ୍ ୨୦୦ ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଇଥାଏ। ତେଣୁ ଏହି ପ୍ରବଳ ଥଣ୍ଡାରେ ଇଲେକ୍ଟ୍ରୋନିକ୍ସ ଉପକରଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ଯଦି ସ ବୁକିଛି ଠିକ୍ ଥାଏ ତେବେ ଏହା ପୁନଃ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଅଧିକ। ଭାରତୀୟ ସମୟ ଅନୁସାରେ ୨୦ ସେପ୍ଟେମ୍ବର ସଂଧ୍ୟାରେ ସେଠାରେ ସୂର୍ଯ୍ୟକିରଣ ପଡିଛି। ଆସନ୍ତାକାଲି ସେମାନଙ୍କୁ ଜାଗ୍ରତ କରିବା ଲାଗି ପ୍ରୟାସ ଆରମ୍ଭ କରିବ ଇସ୍ରୋ। ଯଦି ସଫଳ ହୁଏ ତେବେ ଚନ୍ଦ୍ରପୃଷ୍ଠରୁ ଆହୁରି ଅଧିକ ତଥ୍ୟ ଇସ୍ରୋ ସଂଗ୍ରହ କରିବାରେ ସକ୍ଷମ ହେବ।
ଅଧିକ ପଢନ୍ତୁ ଭାରତ ଖବର