
ନୂଆଦିଲ୍ଲୀ: ଆସନ୍ତାକାଲି ବାରାଣାସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହା ପୂର୍ବରୁ ଆଜି ଏଠାରେ ରୋଡ୍ ଶୋ କରିବେ ମୋଦି । ଆଜି ଦ୍ୱିପ୍ରହରରେ ମୋଦି ଏଠାରେ ପହଞ୍ଚିବେ । ଏହାପରେ ସେ ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ଏକ ରୋଡ ସୋ କରି ମୋଦି ଦଶାଶ୍ୱମେଧ ଘାଟ ଯାଏ ଯିବେ । ସେଠାରେ ଗଙ୍ଗା ଆରତିରେ ସାମିଲ ହେବେ । ଆସନ୍ତାକାଲି ସକାଳେ ମୋଦି ସହରର ଦେବତା କାଳଭୈରବଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବା ପାଇଁ ଯିବେ ।
ମୋଦିଙ୍କର ଏହି ଦୁଇଦିନିଆ ଗସ୍ତର ପ୍ରଥମ ଦିନରେ ମୋଦି 3ଟା ବେଳେ ତାଙ୍କର ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ । ଏହାପରେ ମାଲବୀୟ ପ୍ରତିମା ରୋଡରୁ ରୋଡ ସୋ ଆରମ୍ଭ କରି ଅସ୍ତି, ଶିବାଲା, ସୋନାରପୁରା, ମଦନପୁରା, ଜଙ୍ଗମବାଡୀ ଓ ଗୋଦୌଲିୟା ଦେଇ ଦଶାଶ୍ୱମେଧ ନିକଟରେ ପହଞ୍ଚିବେ ମୋଦି ।
ସେହିପରି ଆସନ୍ତାକାଲି କାଶୀ ବିଶ୍ୱନାଥ ଓ ବାବା କାଳଭୈରବରେ ଦର୍ଶନ କରି ନାମାଙ୍କନ ଭରିବାକୁ ଯିବେ ମୋଦି । ଏହି ରୋଡ୍-ସୋ ନାମାଙ୍କନରେ ବିଜେପି ସହିତ ଏନଡିଏ ନେତା ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ରହିବେ ।
