ଅର୍ଗସ ବ୍ୟୁରୋ : ବିଶ୍ଵ ରେକର୍ଡ କଲା 7 ଫୁଟ 1 ଇଞ୍ଚର ଧନିଆ ଗଛ। ଉତ୍ତରାଖଣ୍ଡର ଅଲମୋଡାରେ ତାଡିଖେତ ବିକାଶଖଣ୍ଡର ପ୍ରଗତିଶୀଳ କୃଷକ ଗୋପାଳ ଦତ୍ତ ଉପ୍ରେତୀ ବିଶ୍ଵର ସବୁଠୁ ଉଚ୍ଚା 2 .16 ମିଟରର ଧନିଆ ଗଛ ବଢାଇ ଏବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ହାସଲ କରିଛନ୍ତି। ସେ ଦାବି କରିଛନ୍ତି ଯେ, ପୂର୍ବରୁ 1.80 ମିଟର ଉଚ୍ଚ ଧନିଆ ଗଛ ବଢାଇ ଜର୍ମାନୀ ରେକର୍ଡ ହାସଲ କରିଥିଲା।
ବିଲେଖରେ ଗୋପାଳ ଦତ୍ତଙ୍କର ଅର୍ଗାନିକ ଆପଲ ଫାର୍ମ ରହିଛି। ସେ 0.2 ହେକ୍ଟର ଜମିରେ ଧନିଆ ଓ ରଶୁଣ ଚାଷ ମଧ୍ୟ କରୁଛନ୍ତି। ସେହିପରି 1.5 ହେକ୍ଟର ଜମିରେ ସେଓ ଚାଷ କରୁଛନ୍ତି। ଗୋପାଳଙ୍କ ଜମିରେ ସବୁଠୁ ଉଚ୍ଚ ଧନିଆ ଗଛ ବ୍ୟତୀତ 5 ଫୁଟର ଏବଂ 6 ଫୁଟର ଧନିଆ ଗଛ ମଧ୍ୟ ରହିଛି। ତେବେ ଧନିଆ ଗଛର ଉଚ୍ଚତା ବୃଦ୍ଧି ସତ୍ତ୍ଵେ ମଧ୍ୟ ଏହାର ଗନ୍ଧ ଏବଂ ଅନ୍ୟ ବିଶେଷତ୍ଵ ଉପରେ କୌଣସି ପ୍ରଭାବ ପଡ଼ିନାହିଁ।
ଏନେଇ ଗୋପାଳ କହିଛନ୍ତି ଯେ, ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହେବା ଅର୍ଥ ଏହା ସାରା ଦେଶର କୃଷକଙ୍କ ପାଇଁ ସମ୍ମାନର ବିଷୟ। ବିଶେଷ କରି ଜୈବିକ କୃଷି କ୍ଷେତ୍ର ପାଇଁ ବଡ଼ ଉପଲବ୍ଧି।
