ଗାଁ ବୈଜ୍ଞାନିକ ଙ୍କ ନୂଆ ଉଦ୍ଭାବନ : ବାଉଁଶ ପମ୍ପରେ ଜଳସେଚନ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚମୋଲିରେ ରବିବାର ଘଟିଥିବା ହିମସ୍ଖଳନ ଘଟଣାରେ ବର୍ତ୍ତମାନ ସୁଦ୍ଧା 32 ମୃତଦେହ ମିଳିଛି । ଏବେବି 197 ଜଣ ନିଖୋଜ ଅଛନ୍ତି । ଏନଟିପିସିର ତପୋବନ –ବିଷ୍ଣୁଗଡ଼ ପ୍ରୋଜେକ୍ଟର ଅଢେଇ କିଲୋମିଟର ଲମ୍ବ ଟନେଲ ଭିତରେ 25 ରୁ 35 ଲୋକ ଏବେ ବି ଫସିରହିଛନ୍ତି । ଟନେଲର ଉଭୟ ପଟୁ ବାଟ ବନ୍ଦ ହୋଇଯାଇଛି ।
ସେମାନଙ୍କୁ ଉଦ୍ଧାର ପାଇଁ 600ରୁ ଅଧିକ ସେନା, ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ଜବାନ କାମରେ ଲାଗିଛନ୍ତି । ଏହାଛଡ଼ା ଅଚାନକ ଆସିଥିବା ବନ୍ୟା ଯୋଗୁଁ ପ୍ରଭାବିତ ଗାଁଗୁଡ଼ିକରେ ଲୋକଙ୍କୁ ଉଦ୍ଧାର ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟରେ ବି ଲାଗିଛି ସେନା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଟ୍ବିଟ୍ କରି ସେନା ଓ ଆଇଟିବିପି ଜବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।