4ଟି ଓ୍ବାର୍ଡ଼ର ଘରଗୁଡ଼ିକ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଗୁଡ଼ିକ ମରାମତି ଯୋଗ୍ୟ ନୁହେଁ ବୋଲି ଜଣାପଡ଼ିଛି । କଲୋନୀରେ ଥିବା ପ୍ରାୟ ୩୦ ଘରର କାନ୍ଥ ଓ ଚଟାଣରେ ବିରାଟକାୟ ଫାଟ ସୃଷ୍ଟି ହୋଇଛି । ଘର ଭୁଶୁଡ଼ିବା ପୂର୍ବରୁ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି । ଘର ଓ ରାସ୍ତାରେ ଥିବା ଫାଟ ଠିକ କରିବା ଓ ପାଠ ଦେଇ ବହୁଥିବା ପାଣି ସମ୍ପର୍କରେ ଜାଣିବା ପାଇଁ ଏକ୍ସପର୍ଟ ଟିମ ନିରନ୍ତର ପ୍ରୟାସ ଜାରି ରଖିଛି । ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ପରୀକ୍ଷା ନିରୀକ୍ଷା କରାଯାଉଛି ।

ଅର୍ଗସ ବ୍ୟୁରୋ : ଯୋଶୀମଠ ବଂଚାଇବାପାଇଁ ଡେଞ୍ଜର ଜୋନରୁ ଘର ଭାଙ୍ଗିବ ପ୍ରଶାସନ । ଏଥିପାଇଁ ବିଶେଷଜ୍ଞ ଟିମ୍ ତରଫରୁ ଆରମ୍ଭ ହୋଇଛି ସର୍ବେକ୍ଷଣ । ଭୂ-ସ୍ଖଳନ ଯୋଗୁ ଉତ୍ତରାଖଣ୍ଡ ଯୋଶୀମଠ ଉପରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି । ବହୁତଳ ବିଶିଷ୍ଟ ଦୁଇ ହୋଟେଲ ଭାଙ୍ଗିବା ପରେ ପୁରା କଲୋନୀ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି ।

ମାଲକାନାଗିରି : ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ଘାଟିର ହ୍ୟାଣ୍ଡରହଲ ପଞ୍ଚାୟତ ସିନ୍ଦିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ନଦୀରେ ପାର ହେଉଥିବା ସମୟରେ ଡ଼ଙ୍ଗା ବୁଡି ଦୁଇଜଣ ନିଖୋଜ ହୋଇଛନ୍ତି | ପୋଲିସ ସୂଚନା ଅନୁସାରେ ରାସବେଡା ପଞ୍ଚାୟତର ତୁମାପଦର ଗ୍ରାମର ଦୁଇ ଜଣ ବ୍ୟକ୍ତି ଆନ୍ଧ୍ରପ୍ରଦେଶର ପଡ଼ାପଦର ଗ୍ରାମରୁ ଘରକୁ ଫେରୁଥିଲେ | ନଦୀ ପାର ହେଉଥିବା ସମୟରେ ଡ଼ଙ୍ଗା ବୁଡି ସେମାନେ ନିଖୋଜ ହୋଇଯାଇଛନ୍ତି |
ଅଧିକ ପଢନ୍ତୁ : ସତୀଗୁଡା ଡ୍ୟାମରେ ଦେଶୀ ଡଙ୍ଗା ବୁଡି ଘଟଣା, ମିଳିଲା ଜଣେ ମହିଳାଙ୍କ ମୃତଦେହ
ନିଖୋଜ ବ୍ୟକ୍ତି ହେଉଛନ୍ତି ବଳରାମ କିଡିଙ୍ଗି ଓ ସଞ୍ଜିତ କିଡିଙ୍ଗି । ଖବର ପାଇ ମୁଦୁଲିପଡ଼ା ପୋଲିସ ଏବଂ ଅଗ୍ନି ବିଭାଗ ଟିମ୍ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦିନ ତମାମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । କିନ୍ତୁ କୌଣସି ସୁଫଳ ହେଲାନାହିଁ । ପୁଣି ଆଜି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛନ୍ତି ।

ବରଗଡ : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଳି ପଞ୍ଚାୟତରେ ଚାଲିଛି ବେଧଡକ ପିସି କାରବାର । ବ୍ଲକର ତାଲପାଲି ଠାରେ ବନିଥିବା ଏକ ମଡେଲ ବସ ଷ୍ଟପ କାମରେ ୨୫ ପର୍ସେଣ୍ଟ ପିସି ନେଇଥିବା ଅଭିଯୋଗ କରିଛନ୍ତି ଠିକାଦାର ଶିବ ପ୍ରସାଦ ସାହୁ । ପିଇଓ ପାଣ୍ଡବ ନନ୍ଦ ନେଇଛନ୍ତି ୨୫ ପର୍ସେଣ୍ଟ ପିସି । ଏ ବିଷୟରେ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ଠିକାଦାର ଶିବ ପ୍ରସାଦ ସାହୁ ।
ମାତ୍ର କୌଣସି ଫଳ ମିଳି ନ ଥିଲା । ମଡେଲ ବସ ଷ୍ଟପ ର ଅଟକଳ ମୂଲ୍ୟ ଥିଲା ୩ ଲକ୍ଷ ୩୬ ହଜାର । ପଂଚାୟତର ଜୁନିଅର ଇଂଜିନିଅର ୨ ଲକ୍ଷ ୨୩ ହଜାର ବିଲ କରିଥିଲେ । ମାତ୍ର ପିଇଓ ପାଣ୍ଡବ ନନ୍ଦ ୨୫ ପର୍ସେଣ୍ଟ ପିସି କାଟ ୧ଲକ୍ଷ ୬୫ ହଜାରର ଚେକ ଦେଇଥିଲେ ଠିକାଦାର ଶିବ ପ୍ରସାଦ ସାହୁଙ୍କୁ । ଠିକାଦାର ସାହୁ ଏ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର

ମୟୂରଭଞ୍ଜ: ସତରେ ମୃତ୍ୟୁ କେମିତି ଆସେ ତାହା କେହି ଜାଣନ୍ତି ନାର୍ହି। ମୃତ୍ୟୁ ଆଗନ୍ତ ସୂଚନା ଦେଇନଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ। ବିଲରେ ହଳ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁର ଘଣ୍ଡିଆବୁଡା ଗ୍ରାମରେ ।
ମୃତ ଦେହକୁ ବାଇକ ଯୋଗେ ଦଶ କିଲୋମିଟର ଦୂର ଘରକୁ ଆଣିଲେ ମୃତକଙ୍କ ସମ୍ପର୍କୀୟ। ତେବେ ସୂଚନାମୁତାବକ ଦେହ ଅସୁସ୍ଥ ଥାଇ ଦିନ ଦ୍ୱିପ୍ରହରରେ କାମରେ ନିୟୋଜିତ କରି ଟ୍ରାକ୍ଟର ମାଲିକ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ। ଥାନାରେ ଅଭିଯୋଗ ପରେ ଟ୍ରାକ୍ଟର ଜବତ ଓ ମାଲିକ ଅଟକ।
ଅଧିକ ପଢନ୍ତୁ ଓଡ଼ିଶା ଖବର
