ବିଜେପି ସଂସଦୀୟ ଦଳ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ସରକାର ଆସନ୍ତା ମାସରୁ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ କରିବେ। ଏହାସହ ଭାରତ ଖୁବଶୀଘ୍ର ସବୁଠାରୁ ବଡ ଭ୍ୟାକ୍ସିନ ଉତ୍ପାଦନକାରୀ ଦେଶ ହେବାକୁ ଯାଉଛି, ଦେଶରେ ଅଧିକ କମ୍ପାନିକୁ ଉତ୍ପାଦନ ପାଇଁ ଲାଇସେନ୍ସ ମିଳିବାକୁ ଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅଗଷ୍ଟ ମାସରୁ ଆରମ୍ଭ ହେବ ପିଲାଙ୍କ ଟିକାକରଣ

ଅର୍ଗସ ବ୍ୟୁରୋ : ପିଲାଙ୍କ ଟିକାକରଣକୁ ନେଇ ଖୁସିଖବର। ଅଗଷ୍ଟ ମାସରୁ ପିଲାଙ୍କ ପାଇଁ ଆରମ୍ଭ ହେବ ଟିକାକରଣ । ବିଜେପି ସଂସଦୀୟ ଦଳ ବୈଠକରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭ୍ୟ।
Download Argus News App
