ଦେଶର ସୁରକ୍ଷା ଓ ପିଲାଙ୍କ ସୁରକ୍ଷା ପାଇଁ ପଂଜିକରଣ କରି ଟିକା ନେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଜାନୁଆରୀ ୧ରୁ କିଶୋରଙ୍କୁ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋ ୱିନ୍ ପୋର୍ଟାଲରେ ପିଲାମାନେ ରେଜିଷ୍ଟ୍ରେସନ୍ କରିପାରିବେ । ଏହା ଛଡା ‘ଅନ୍ ଦ ସ୍ପଟ୍’ ଟିକାକରଣର ବ୍ୟବସ୍ଥା ମଧ୍ୟ ହୋଇଛି ।
ସ୍ୱତନ୍ତ୍ର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକା କରଣ ପ୍ରକ୍ରିୟା ଚାଲିବ। ବର୍ତ୍ତମାନ ପର୍ଯ୍ୟନ୍ତ ଟିକାକରଣ ପାଇଁ ୬ଲକ୍ଷ କିଶୋର, କିଶୋରୀ ପଞ୍ଜୀକରଣ କରିସାରିଛନ୍ତି। ଏହି ପ୍ରକ୍ରିୟାରେ ଓଡିଶାରେ ପ୍ରାୟ ୨୩ଲକ୍ଷ ୬୫ହଜାର ପିଲାଙ୍କୁ ଟିକାକରଣ କରାଯିବାକୁ ଲକ୍ଷ ରଖାଯାଇଛି। ଯାହାକୁ ନେଇ ରାଜ୍ୟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୯୩୯ ଟିକାକରଣ କେନ୍ଦ୍ରକୁ ପ୍ରସ୍ତୁତ ରଖାଯାଇଛି।