ଚଳିତ ବର୍ଷର ପ୍ରାରମ୍ଭରେ, ଶ୍ରୀମତୀ ଅମ୍ବାନି ୨୦୨୩ ରେ ଆଇଓସି ସେସନର ଆୟୋଜନ କରିବା ପାଇଁ ଭାରତୀୟ ପ୍ରତିନିଧିମାନଙ୍କର ନେତୃତ୍ବ ନେଇଥିଲେ ଯେଉଁଠାରେ ଭାରତକୁ ପ୍ରାୟତଃ ସର୍ବସମ୍ମତିକ୍ରମେ ଏହି ଅଧିକାରକୁ ୪୦ ବର୍ଷର ବ୍ୟବଧାନ ପରେ ପ୍ରଦାନ କରାଯାଇଛି । ଭାରତରେ ଆଇଓସି ସେସନ୍ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂତନ ଯୁଗର ଆରମ୍ଭ କରିଛି ଯାହାକି ଭାରତର ଅଲ୍ଟିମେଟ୍ ଅଲମ୍ପିକ ଅଭିଳାଷକୁ ଅନୁପ୍ରେରିତ କରୁଛି । ଦେଶରେ ଉପଯୁକ୍ତ କ୍ରୀଡ଼ା ଇକୋସିଷ୍ଟମ ସହିତ ଏହା ଦେଶର ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବ ଓ ଏହା ସହିତ ସେମାନଙ୍କର ଦକ୍ଷତାର ବିକାଶ ହୋଇପାରିବ। ଶ୍ରୀମତୀ ଅମ୍ବାନି ବହୁମୁଖୀ ଅଲମ୍ପିକ୍ ମୁଭମେଣ୍ଟ କମିଶନ ଓ ଓଭିଇପି ର ଏକ ଅଂଶ ଯାହା ଅଲମ୍ପିକ ଶିକ୍ଷା ଅନ୍ତର୍ଗତ ଆସିଥାଏ ଯାହାକି ତାଙ୍କର ଅତ୍ୟନ୍ତ ପ୍ରିୟ ଓ ଏହା ପିଲାମାନଙ୍କ ମଧ୍ୟରେ ଅଲମ୍ପିକ ମୂଲ୍ୟବୋଧକୁ ସାମିଲ୍ କରିଥାଏ ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆନନ୍ଦ ପ୍ରକାଶ କରି, ଆଇଓସି ସଦସ୍ୟ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି ଯେ ‘‘ଆମର ସ୍କୁଲରେ ୨୫୦ ନିୟୁତ ପିଲାମାନେ ରହିଛନ୍ତି ଯାହାଙ୍କ ନିକଟରେ ଅତୁଳନୀୟ ପ୍ରତିଭା ଓ ସମ୍ଭାବନା ରହିଛି । ସେମାନେ ହେଉଛନ୍ତି ଆସନ୍ତା କାଲିର ଚାମ୍ପିୟନ, ଆମର ଦେଶର ଭବିଷ୍ୟତ । ବିଶ୍ବର ମାତ୍ର ଅଳ୍ପ କିଛି ପିଲାମାନେ ଅଲମ୍ପିକରେ ସାମିଲ୍ ହୋଇଥାନ୍ତି କିନ୍ତୁ ଏହି ଅଲମ୍ପିକ ଆନ୍ଦୋଳନରେ ସମସ୍ତ ପିଲାମାନେ ସାମିଲ୍ ହେବା ସହିତ ଅଂଶଗ୍ରହଣ କରିବା ଉଚିତ୍ । ଏହା ହେଉଛି ଓଭିଇପିର ଲକ୍ଷ୍ୟ। ଏବଂ ଏହି କାରଣରୁ ଏହା ଭାରତରେ ଏକ ବିଶାଳ ସମ୍ଭାବନାର ମଧ୍ୟ ସୃଷ୍ଟି ହୋଇପାରିବ । ଆଗାମୀ ବର୍ଷ ଆମେ ମୁମ୍ବାଇ ଠାରେ ଆଇଓସି ସେସନ୍ ୨୦୨୩ ର ଆୟୋଜନ କରିବାକୁ ଯାଉଛୁ । ଏହା ଫଳରେ ପୁନଶ୍ଚ ଦେଶରେ ଅଲମ୍ପିକ ଆନ୍ଦୋଳନ ଆହୁରି ମଜବୁତ୍ ହୋଇପାରିବ ।’’
ଓଭିଇପିକୁ ଆଧିକାରୀକ ଭାବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଆଇଓସି ସଦସ୍ୟ ଶ୍ରୀମତୀ ନିତା ଅମ୍ବାନୀ, ଆଇଓସି ଏଡୁକେସନ କମିଶନ ଚେୟାର ମାଇକେଇଲା କୋଜୁଆଙ୍ଗକୋ ଜାଓରିସ୍କି, ଅଲମ୍ପିୟାନ ଓ ଆଇଓସି ଆଥଲେଟ୍ କମିଶନଙ୍କ ସଦସ୍ୟ ଅଭିନବ ବିନ୍ଦ୍ରା ଓ ଇଣ୍ଡିଆନ୍ ଅଲମ୍ପିକ୍ ଆସୋସିଏସନର (ଆଇଓଏ) ର ସଭାପତି ନରିନ୍ଦ୍ର ବାତ୍ରା ଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା। ଓଭିଇପିକୁ ଓଡ଼ିଶା ସ୍କୁଲ ଶିକ୍ଷା ପ୍ରଣାଳୀରେ ସମନ୍ବିତ କରାଯିବ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟର ସହଭାଗୀତାରେ ବିକଶିତ କରାଯାଇଛି ।
ଭାରତର ଅଲମ୍ପିକ୍ ସ୍ବପ୍ନ ପାଇଁ କ୍ରମାଗତ ସହଯୋଗ ଓ ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବାରୁ ଶ୍ରୀମତୀ ଅମ୍ବାନୀ ପୁନଶ୍ଚ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ‘‘ଶ୍ରୀ ପଟ୍ଟନାୟକ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ, ଅଧିକ ନିବେଶ ଓ ସମର୍ପିତ ପ୍ରଚେଷ୍ଟା ହେତୁ ଓଡ଼ିଶା ଭାରତର କ୍ରୀଡ଼ା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି । ରାଜ୍ୟ କ୍ରୀଡ଼ା ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରୁଛି ଯାହାକି ଆମର ଯୁବ ପ୍ରତିଭାମାନଙ୍କୁ ଉଚ୍ଚ ମାନର ତାଲିମ୍ ଓ ଭିତ୍ତିଭୂମି ସୁବିଧା ପ୍ରଦାନ କରୁଛି ।’’
ବିଶେଷ କରି, ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି) ପାଇଁ ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବରେ କାମ କରୁଛି । ଏଚପିସିର ଦୁଇଜଣ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟ୍ ଜ୍ୟୋତି ୟାରାଜି ଓ ଅମ୍ଳାନ ବୋରଗୋହେଁ ଜାତୀୟ ରେକର୍ଡ଼କୁ ଭାଙ୍ଗିଛନ୍ତି ଓ ଆନ୍ତର୍ଜାତିକ ଆଥଲେଟିକ୍ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ଜ୍ୟୋତିଙ୍କ ଉଲ୍ଲେଖନୀୟ କୃତି ବଳରେ ୧୯ ବର୍ଷର ପୁରୁଣା ରେକର୍ଡ଼କୁ ଭାଙ୍ଗିଛନ୍ତି ଓ ପରବର୍ତ୍ତୀ ଇଭେଣ୍ଟରେ ତାଙ୍କର ନିଜର ରେକର୍ଡ଼ରେ ଉନ୍ନତି ଆଣିଛନ୍ତି । ଏହି ସଫଳତା ସହିତ, ଜ୍ୟୋଥି କମନୱେଲଥ ଗେମ୍ ପାଇଁ ଏଏଫଆଇ ଯୋଗ୍ୟତାକୁ ହାସଲ କରିଛନ୍ତି। ଭାରତର କ୍ରୀଡ଼ା ଭବିଷ୍ୟତ ଏବେ ନିରାପଦ ହାତରେ ରହିଛି ।
ଓଭିଇପି ଓଡ଼ିଶା ପ୍ରୋଗ୍ରାମ ସମ୍ବନ୍ଧରେ : ଓଭିଇପି ଭିତ୍ତିକ ପ୍ରୋଜେକ୍ଟ ଓ କାର୍ଯ୍ୟକ୍ରମ ଆରାମଦାୟକ ଜୀବନଶୈଳୀ, ଏକାଗ୍ରତାର ଅଭାବ, କିଶୋର ମାନେ ବିଦ୍ୟାଳୟ ଛାଡ଼ିବା ପରି ବିଶ୍ବର ଆହ୍ବାନକୁ ଦୂର କରିବାରେ ସହାୟତା କରୁଛି । ରିସୋର୍ସ ଓ ଟୁଲକିଟ ଯୁବକ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଯଦ୍ବାରା ସେମାନେ ଶାରିରୀକ କାର୍ଯ୍ୟରୁ ଶିକ୍ଷା ଗ୍ରହଣ କରିପାରିବେ ଓ ଜୀବନବ୍ୟାପୀ ସାମାଜିକ, କଗନିଟିଭ୍ ଓ ଶାରିରୀକ ଦକ୍ଷତା ହାସଲ କରିପାରିବେ । ଏହାର ପ୍ରଥମ ବର୍ଷରେ ଭୁବନେଶ୍ବର ଓ ରାଉରକେଲାର ୯୦ଟି ସ୍କୁଲର ୩୨,୦୦୦ ପିଲାମାନେ ଉପକୃତ ହୋଇପାରିବେ । ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବା ପରେ ଏହା ୭ ନିୟୁତ ପିଲାଙ୍କ ନିକଟରେ ପହଞ୍ଚି ପାରିବ । ଓଡ଼ିଶା ରାଜ୍ୟ ଓଭିଇପିକୁ ସମସ୍ତ ସ୍କୁଲ୍ ଓ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ପର୍ଯ୍ୟାୟ କ୍ରମେ ନେବା ପାଇଁ ଲକ୍ଷ୍ୟ ରଖିଛି ଯଦ୍ବାରା ଏହାର ଯୁବ ପ୍ରତିଭାମାନେ ଅଲମ୍ପିକ ମୂଲ୍ୟବୋଧକୁ ଉପଯୁକ୍ତ ଭାବରେ ବୁଝିପାରିବେ ।
ସଂସ୍କୃତି ଓ ଐତିହ୍ୟ ପାଇଁ ଅଲମ୍ପିକ ଫାଉଣ୍ଡେସନ (olympics.com), ଯାହା ସହାୟତାରେ ଆଇଓସି ପାଇଁ ଓଭିଇପି କାର୍ଯ୍ୟକ୍ରମ କରାଯାଉଛି। ଏହା ଓଡ଼ିଶା ରାଜ୍ୟ ଦ୍ବାରା ମନୋନୀତ ହୋଇଥିବା ‘‘ମାଷ୍ଟର ଟ୍ରେନର’’ ଙ୍କ ପାଇଁ ତାଲିମ୍ ଅଧିବେଶନର ପରିଚାଳନା କରିବ। ଏଥିରେ ମଧ୍ୟ ଏବିଏଫଟିର ତାଲିମଦାତାଙ୍କୁ ସାମିଲ୍ କରାଯିବ ଯେଉଁମାନେ ରାଜ୍ୟର ଆଠରୁ ଦଶଟି ସ୍କୁଲ ଉପରେ ଧ୍ୟାନ ପ୍ରଦାନ କରି କାର୍ଯ୍ୟକ୍ରମର ଆରମ୍ଭ କରିବେ। ସ୍କୁଲ୍ ପ୍ରିନ୍ସିପାଲ, ଶିକ୍ଷା ଓ କ୍ରୀଡ଼ା ଅଧିକାରୀ ଓ ଅନ୍ୟାନ୍ୟ କୋର ଗ୍ରୁପ୍ ସଦସ୍ୟମାନଙ୍କ ପାଇଁ ଓରିଏଣ୍ଟେସନ ସେସନର ପରିଚାଳନା କରାଯିବ ଯେଉଁମାନେ ଏହି ପ୍ରକଳ୍ପରେ ସଂପୃକ୍ତ ରହିଛନ୍ତି ।
ଅଲମ୍ପିକ୍ ଭାଲ୍ୟୁଜ୍ ଏଡୁକେସନ ପ୍ରୋଗ୍ରାମ : ଅଲମ୍ପିକ୍ ଭାଲ୍ୟୁଜ ଏଡୁକେସନ ପ୍ରୋଗ୍ରାମ ହେଉଛି ମାଗଣା ଓ ଉପଲବ୍ଧ ଶିକ୍ଷା ସମ୍ବଳର ଏକ ସିରିଜ୍ ଯାହାକୁ ଆଇଓସି ଦ୍ବାରା ପ୍ରସ୍ତୁତ କରାଯାଇଛି। ଏଥିରେ ଶିକ୍ଷା ପାଠ୍ୟକ୍ରମ ସହିତ ଅଲମ୍ପିକ ସ୍କୋର୍ଟସକୁ ଓ ଅଲମ୍ପିଜିମର ମୂଳ ନୀତିକୁ ସାମିଲ୍ କରାଯାଇଛି। ଅଂଶଗ୍ରହଣକାରୀମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି ଓ ଜଣେ ଉତ୍ତମ ନାଗରିକ ଭାବରେ ଦାୟୀତ୍ବ ଗ୍ରହଣ କରିବାକୁ ଅନୁପ୍ରେରିତ କରାଯାଉଛି। ଅଲମ୍ପିଜିମକୁ ହୃଦୟଙ୍ଗମ କରି ଓଭିଇପି କ୍ରୀଡ଼ା ଓ ଶାରିରୀକ କାର୍ଯ୍ୟ ଦୀର୍ଘକାଳୀନ ଲାଭ ସମ୍ପର୍କରେ ସୂଚୀତ କରେ ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟ, ଉପଭୋଗ ଓ ସାମାଜିକ କ୍ରିୟା ଉପରେ ଏହାର ପ୍ରଭାବକୁ ଦର୍ଶାଇଥାଏ।