ତେବେ ଏହି ମାଛ ପ୍ରସ୍ତୁତ ହେଉଥିବା ରେସ୍ତୋରାଁ ନାଁଟି ଡାନିଏଲ ସଟନ୍। ଏହି ଚିପ୍ସ ରେସ୍ତୋରାଁରେ ଫିସ୍ ଚିପ୍ସ ଠୁ ଆରମ୍ଭ କରି ଫ୍ରାଏଡ ଫିସ୍, ଫିସ୍ କରି ଏବଂ ମାଛର ଅନେକ ପ୍ରକାରର ଆଇଟମ୍ ର ମଜା ନେଉଛନ୍ତି ଗ୍ରାହକ।
ରେସ୍ତୋରାଁର ମାଲିକ କୁହନ୍ତି ଯେ, ଏହି ସବୁ ମାଛ ବ୍ୟଞ୍ଜନ ଗୁଡିକ ର ସ୍ୱାଦ ଠିକ୍ ମାଛ ଭଳି । ଖାଇବାପରେ କେହି କହିପାରିବେନି ଯେ ଏହା ପ୍ରକୃତ ମାଛ ନୁହେଁ ବରଂ ଶାକାହାରି ବ୍ୟଞ୍ଜନ। ଏହାକୁ ତାଙ୍କର ଏକ ଟିମ୍ ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ କରିଛନ୍ତି।
ତେବେ ଶାକାହାରୀ ମାଛ ପ୍ରସ୍ତୁତ କରିବା ପାଇଁ କଦଳୀ ଫୁଲ ଓ ସାମୁଦ୍ରିକ ଚାରା ସାମ୍ପାୟରକୁ ବ୍ୟବହାର କରାଯାଇଥାଏ। ଯେତେବେଳେ ଏହାର ମିଶ୍ରଣ ପ୍ରସ୍ତୁତ କରି ମସଲା ସହିତ ଛଣା ଯାଏ, ସ୍ୱାଦ ଠିକ୍ ମାଛ ଭଳି ଲାଗେ। ଏଠାରେ ଶାକା ହାରି ଚିଙ୍ଗୁଡି ମଧ୍ୟ ପ୍ରସ୍ତୁତ କରାଯାଏ। ତେବେ ଏହି ଶାକାହାରି ମାଛ ଖାଇବାକୁ ଦୂରଦୂରାନ୍ତରରୁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଯାଇଥାଏ। ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି ଲୋକେ।