ଅଧିକ ପଢନ୍ତୁ ଭାରତ ଖବର
ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ପାଇଁ ଭୂସ୍ଖଳନ ସହ ଅଚାନକ ବନ୍ୟା ଆସିଛି । ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଅଟ ନିକଟରେ ଏକାଧିକ ଲୋକ ଫସି ରହିଥିବା କୁହାଯାଉଛି । ଏଥିସହିତ ଲଗାଣ ବର୍ଷା ହେତୁ ଉତ୍ତରାଖଣ୍ଡରେ ଭୂସ୍ଖଳନ ଘଟି ଅନେକ ରାସ୍ତା ଅବରୋଧ ହୋଇଥିବାବେଳେ ଗଙ୍ଗା ସମେତ ଅନେକ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି ।
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ପ୍ରାୟ ୩୦୧ଟି ରାସ୍ତା ବନ୍ଦ ହୋଇଯାଇଛି ଏବଂ ଉତ୍ତରାଖଣ୍ଡରେ ପ୍ରାୟ ୪୩ଟି ରାସ୍ତା ବନ୍ଦ ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ଖରାପ ହେଲେ ପାଣିପାଗ ବିଭାଗର ପୂର୍ବାନୁମାନକୁ ଅନୁସରଣ କରନ୍ତୁ ଏବଂ ଯାତ୍ରା ବନ୍ଦ କରନ୍ତୁ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରିଛନ୍ତି ।