ପାଠକଙ୍କୁ ଜଣାଇ ଦେବାକୁ ଚାହୁଁ, ଏମିତି ଗୋଟିଏ କାଫେ ରହିଛି ହରିଆଣାରେ। ସ୍ଥାନୀୟ ଗୁରୁଗ୍ରାମରେ ଥିବା ଏହି କାଫେ ବାହାରେ କିଛି ଯୁବକ ହନୁମାନ ଚଲିସାଙ୍କ ପାଠ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଏକ ଗୋଷ୍ଠୀ ଯୁବକ ହନୁମାନ ଚଲିସାଙ୍କୁ ଡ଼୍ରମ୍ ଏବଂ ଗିଟାର୍ ବଜାଇ ସୁନ୍ଦର ଭାବେ ତୋଳି ଧରିଛନ୍ତି। ଅନେକ ଲୋକ ଏକାଠି ହୋଇ ତାଙ୍କର ଏହି ସୁନ୍ଦର ଆବୃତ୍ତି ମଧ୍ୟ ଶୁଣୁଛନ୍ତି।
ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମରେ ଯେଉଁ ହନୁମାନ ଚଲିସା ପଠ କରାଯାଉଛି, ସେହି କାଫେର ନାମ ହେଉଛି ଡିଜାଇର ବେକେରୀ ଏବଂ କାଫେ। ଏହା ଗୁରୁଗ୍ରାମର ସେକ୍ଟର 22ର ମୁଖ୍ୟ ବଜାରରେ ଅବସ୍ଥିତ। ଦାବି ହେଉଛି ଯେ ପ୍ରତ୍ୟେକ ମଙ୍ଗଳବାର ଯୁବକମାନେ ଏଠାରେ ଆଧ୍ୟାତ୍ମିକତାର ପ୍ରଚାର କରନ୍ତି ସମ୍ପୁର୍ଣ୍ଣ ଅଭିନବ ଓ ଆଧୁନିକ ଢଙ୍ଗରେ। ହନୁମାନ ଚଲିସା ପାଠ କରନ୍ତି। ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ।
ସୋସିଆଲ ମିଡିଆରେ ଏହି ଯୁବକମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଧିକାଂଶ ଜାତୀୟତାବାଦୀ ଲୋକେ, ଜୟ ହନୁମାନ ଓ ଜୟ ଶ୍ରୀ ରାମ ଲେଖି ଚାଲିଛନ୍ତି। ଭାରତରେ ଏବେ ହିନ୍ଦୁ ବିରୋଧୀ ତତ୍ବମାନେ ସମସ୍ତଙ୍କୁ ଚାପଗ୍ରସ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଯୁବ ସମାଜର ଏ ପ୍ରୟାଶ ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ।
#WATCH | Haryana: Spiritual jamming by youths outside a cafe in Gurugram.
Youth outside this cafe chant Hanuman Chalisa every Tuesday. pic.twitter.com/EMDKppoqVu — ANI (@ANI) March 22, 2023