ଭାରତ ପାକିସ୍ତାନକୁ ଯୁଦ୍ଧରେ ହରାଇଥିଲା । ଏହି ଘଟଣାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଭାରତରେ ପାଳିତ ହୋଇ ଆସୁଛି ବିଜୟ ଦିବସ । ଏହି ଦିବସରେ ଯୁଦ୍ଧରେ ସହିଦ୍ ହୋଇଥିବା ବୀର ସୈନିକଙ୍କ ପ୍ରତି ଶ୍ରଦ୍ଧାଂଜଳି ପ୍ରଦାନ କରା ଯାଇଥାଏ । କେବଳ ଭାରତ ନୁହେଁ ବାଂଲାଦେଶ ମଧ୍ୟ ଏହି ଦିନଟିକୁ ଉତ୍ସବ ଭାବରେ ପାଳନ କରିଯାଇ ଆସୁଛି।
ଚଳିତ ବର୍ଷ ଡିସେମ୍ବର ୧୪ରୁ ୧୮ ଯାଏ ପାଳିତ ହେବ ବିଜୟ ଦିବସ

ଅର୍ଗସ ବ୍ୟୁରୋ : ଚଳିତ ବର୍ଷ ଡିସେମ୍ବର ୧୪ରୁ ୧୮ ଯାଏ ପାଳିତ ହେବ ବିଜୟ ଦିବସ । ଏଥିପାଇଁ ଭାରତୀୟ ସେନା ତରଫରୁ ଶେଷ ପର୍ଯ୍ୟାୟରେ ପହଁଚିଛି ପ୍ରସ୍ତୁତି । ୧୯୭୧ରେ ପଶ୍ମିମ ପାକିସ୍ତାନରୁ ଅଲଗା ହୋଇ ବାଂଲାଦେଶ ସୃଷ୍ଟି ହୋଇଥିଲା ଯେଉଁଥିରେ ଭାରତର ସବୁଠୁ ବଡ଼ ଭୂମିକା ରହିଥିଲା ।
Download Argus News App
