ଅର୍ଗସ ବ୍ୟୁରୋ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ମିଳିଛି ଆଶ୍ୱସ୍ଥି । ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ବ୍ରିଟେନ୍ର ତଳକୋର୍ଟ ଦେଇଥିବା ରାୟ ବିରୋଧରେ ଆବେଦନ କରିବାକୁ ମାଲ୍ୟାଙ୍କୁ ଲଣ୍ଡନର ରୟାଲ୍ କୋର୍ଟସ୍ ଅଫ୍ ଜଷ୍ଟିସ୍ ଅନୁମତି ପ୍ରଦାନ କରିଛନ୍ତି । ଭାରତରେ ୯ହଜାର କୋଟି ଟଙ୍କାର ଋଣ ପାଙ୍କି ଦେଶରୁ ଫେରାର ହୋଇଯାଇଥିଲେ ମାଲ୍ୟା । ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରିବାକୁ ବ୍ରିଟେନର ୱେଷ୍ଟମିନିଷ୍ଟରଙ୍କ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପତ୍ରରେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ୍ ଜାବିଦ୍ ସ୍ୱାକ୍ଷର କରିଥିଲେ ।
ତେବେ ଏହା ବିରୋଧରେ ଏପ୍ରିଲ୍ ମାସରେ ମାଲ୍ୟା ରୟାଲ୍ କୋର୍ଟସ୍ ଅଫ୍ ଜଷ୍ଟିସ୍ରେ ଆବେଦିନ କରିଥିଲେ । ଏହି ଶୁଣାଣି ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ କରାଯାଇଛି । ମାଲ୍ୟାଙ୍କ ସମ୍ପୂର୍ଣ୍ଣ ଶୁଣାଣି ଆଗାମି ଦନରେ ବ୍ରିଟେନ୍ର ହାଇକୋର୍ଟରେ ହେବ । ମାଲ୍ୟା ଭାରତକୁ ପ୍ରତ୍ୟାର୍ପଣ କଲେ ମୁମ୍ବାଇର ଆର୍ଥର ରୋଡ ଜେଲ୍ରେ ବାରାକ ନମ୍ବର ୧୨ରେ ରହିବେ ବୋଲି ଜଣାପଡ଼ିଛି । ଭାରତର ୧୩ଟି ବ୍ୟାଙ୍କରୁ ୯ ହଜାର କୋଟି ଋଣ ଠକି ୨୦୧୬ ମାର୍ଚ୍ଚ ୨ରେ ଭାରତ ଛାଡ଼ି ବ୍ରିଟେନ୍ ପଳାୟନ କରିଥିଲେ ମାଲ୍ୟା । ତେବେ କୋର୍ଟରୁ ମିଳିଥିବା ଆସ୍ୱସ୍ଥି ନେଇ ମାଲ୍ୟା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ ନିଜ ଟ୍ୱିଟ୍ରେ ଲେଖିଛନ୍ତି ଯେ, ଇଶ୍ୱର ଜଣେ ବଡ଼ ଲୋକ, ସେ ନ୍ୟାୟ ଦିଅନ୍ତି ଅଉ ସେ ମାତେ ନ୍ୟାୟ ଦେଇଛନ୍ତି ଗଠିତ ଖଣ୍ଡପୀଠ ମାଧ୍ୟମରେ ।
କଟକ: କାଲି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳିବ ଓଡିଆ ସଂସ୍କୃତିର ଝଲକ । ଜ୍ୟେଷ୍ଠ ସନ୍ତାନଙ୍କ ସୁଖ ସମୃଦ୍ଧି ଦୀର୍ଘ ଜୀବନ ପାଇଁ ପ୍ରତ୍ୟେକ ଓଡିଆ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ତେବେ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତୀ ହେବାର କାର୍ଯ୍ୟକ୍ରମ ରହିଛି । ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯିବ ପଢ଼ୁଆଁ ଭାର । ପୋଢୁଆଁ ହେବେ ମହାବାହୁ । ନିଆଳି ମାଧବଙ୍କ ପୀଠରୁ ପଢୁଆଁ ସାମଗ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଅଙ୍ଗରେ ନୂଆ ଲୁଗା ସହ ଖଦି ଓ ଛେଦା ପ୍ରସାଦ ଲାଗି ହେବ।
ଆଜି ଏହି ଭାର ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶୋଭାଯାତ୍ରାରେ ଭୋଇ ସେବକ, ମହୁରିଆ, ପାଇକ ଆଖଡ଼ା, ରମତାଳି, ସଙ୍କୀର୍ତ୍ତନ ଦଳ, ବେହେରା ସେବକମାନେ କାର୍ଯ୍ୟସୂଚୀ ଅନୁସାରେ ଯାତ୍ରା କରିବେ । ପାଟ, ଫଳ ମୂଳ, ଅରୁଆ ଚାଉଳ, ବିରି, ନଡ଼ିଆ, ଘିଅ, ମହୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ନେଇ ନିଆଳି ପ୍ରାଚୀ କ୍ଷେତ୍ରରୁ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: 4 ରାଜ୍ୟରେ ନିର୍ବାଚନ ଫଳ ଘୋଷଣା ସରିଥିବା ବେଳେ ଆଜି ଆସିବ ମିଜୋରାମର ଫଳ। ୪୦ସିଟ୍ ପାଇଁ ଆଜି ହେବ ଭୋଟ ଗଣତି । ତେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ ଜାରାମ୍ ପିପୁଲ୍ସ ମୁଭମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର ।
ଏନେଇ ବୁଥ୍ ବାହୁଡ଼ା ମତରୁ ସ୍ଫଷ୍ଟ ହୋଇଛି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଅନ୍ୟ 4 ରାଜ୍ୟ ସହ ମିଜୋରାମ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । କିନ୍ତୁ ଭୋଟ ଗଣତି ଦିନ ରବିବାର ହୋଇଥିବାରୁ ମିଜୋରାମ ଏନଜିଓ ସଂଯୋଜକ କମିଟି ଦିନକ ପରେ ଭୋଟ ଗଣତି କରିବାକୁ କହିଥିଲେ । ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଇଷ୍ଟର ପାଳନ କରୁଥିବାରୁ ନିର୍ବାଚନ କମିସନ ମିଜୋରାମ ନିର୍ବାଚନ ଫଳ ଘୋଷଣା ତାରିଖ 3 ବଦଳରେ 4କୁ ଘୁଞ୍ଚାଇ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ବାତ୍ୟା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆହ୍ବାନ । ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କରେ ଯେଉଁ ବି ସରକାର ଥାଉ ନା କାହିଁକି ପ୍ରଶାସନକୁ ସହଯୋଗ କରିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ବିଜେପି କର୍ମୀଙ୍କୁ ଦେଇଛନ୍ତି ଆହ୍ବାନ ।
କହିଛନ୍ତି ବିଜେପି ପାଇଁ ଦଳ ଠାରୁ ଦେଶ ବଡ଼ । ଏହା ହିଁ ଏକ ସମର୍ପିତ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସଂସ୍କାର ବୋଲି ସେ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦେଖି ଉପକୂଳରେ ଥିବା ରାଜ୍ୟ ସରକାରଙ୍କୁ ଲୋକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ କହିବା ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଅଧିକ ପଢନ୍ତୁ :ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ମିଗଜୋମ