ଅର୍ଗସ ବ୍ୟୁରୋ : ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ମାମଲା ପରେ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ୟୁପିର ଜଣେ ଗ୍ୟାଙ୍ଗଷ୍ଟାରଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଏହି ଗ୍ୟାଙ୍ଗଷ୍ଟାର ବିରୋଧରେ 13 ଟି ଅପରାଧିକ ମାମଲା ରହିଛି। ବିକାଶ ଦୁବେଙ୍କ ଉଦାହରଣ ଦର୍ଶାଇ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।
ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ଶରଦ ଚନ୍ଦ୍ର ବବଡେ କହିଛନ୍ତି ଯେ, ଆପଣ ଜଣେ ବିପଦଜନକ ବ୍ୟକ୍ତି। ଆମେ ଆପଣଙ୍କୁ ଜାମିନରେ ମୁକ୍ତ କରିପାରିବୁ ନାହିଁ। 64 ଟି ଅପରାଧିକ ମାମଲା ଦାୟର ହେବା ପରେ ମଧ୍ୟ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଆଜି ଉତ୍ତରପ୍ରଦେଶ ଏହାର ଏହାର ଫଳ ଭୋଗୁଛି।
ପ୍ରଧାନ ବିଚାରପତି କହିଛନ୍ତି ଯେ, ଅନେକ ଅପରାଧିକ ମାମଲା ଥିବା ବ୍ୟକ୍ତିଙ୍କୁ ମୁକ୍ତ କରିବାରେ ବିପଦ ରହିଛି। ବିକାଶ ଦୁବେଙ୍କ ମାମଲା ଦର୍ଶାଇ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଜାମିନରେ ମୁକ୍ତ କରିବାକୁ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି କହିଥିଲେ ଯେ ଆଶ୍ଚର୍ଯ୍ୟର କଥା, ଏଭଳି ମାମଲାରେ ଜଡିତ ବ୍ୟକ୍ତି ବେଲରେ ଥିଲେ। ଏହା ସିଷ୍ଟମର ବିଫଳତାକୁ ଦର୍ଶାଉଛି।
