ସେଫ ବିକାଶ ଖନ୍ନା ନିଜର ଏକ ରିଆଲିଟି ସୋ ମାଷ୍ଟର ସେଫକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହା ପୂର୍ବରୁ ତାଙ୍କୁ `କୋନ୍ ବନେଗା କରୋଡପତି’ର ହଟ ସିଟରେ ଦେଖିବାକୁ ମିଳିଥିଲା। ଏସବୁ ଭିତରେ ବିକାଶ ଖାନ୍ନାଙ୍କ ଗୋଟେ ପୁରୁଣା ଭିଡିଓ ଭାଇରାଲ ହେଉଛି। ଯେଉଁ ଭିଡିଓରେ ସେ ନିଜର ସଂର୍ଘଷମୟ ଜୀବନ ବିଷୟରେ ଦର୍ଶକମାନଙ୍କୁ କହୁଛନ୍ତି। ଚେଷ୍ଟା କରିବା ଲୋକ କେବେ ବି ଅସଫଳ ହୋଇନଥାନ୍ତି ଏହାକୁ ପ୍ରମାଣ କରିଦେଖାଇଛନ୍ତି ବିକାଶ। କିନ୍ତୁ ଏହା ପଛରେ କରିବାକୁ ପଡିଥାଏ ଅକ୍ଳାନ୍ତ ପରିଶ୍ରମ ଓ ସହିବାକୁ ପଡିଥାଏ ଲୋକମାନଙ୍କ ବିଭିନ୍ନ ପ୍ରକାର କଥା। ଜଣେ ମିଡିଲ କ୍ଲାସ ପରିବାରରୁ ଜନ୍ମ ଗ୍ରହଣ କରି ଆଜି ଭାରତର ମାଷ୍ଟର ସେଫ ବନିବାର ଗୌରବ ଅର୍ଜନ କରିଛନ୍ତି ବିକାଶ।
ଭିଡିଓରେ ବିକାଶ କହିଛନ୍ତି, ଜନ୍ମ ପରଠାରୁ ତାଙ୍କ ଗୋଡ଼ ଟିକେ ବଙ୍କା ଥିଲା। ଯେଉଁଥିପାଇଁ ସେ ଅନ୍ୟ ପିଲାଙ୍କ ଭଳି ଚଲାବୁଲା କରିପାରୁ ନ ଥିଲେ। ସେଥିପାଇଁ ତାଙ୍କୁ ଅଧିକାଂଶ ସମୟ ମା’ ଓ ଜେଜେମାଙ୍କ ସହ ରୋଷେଇ ଘରେ ବିତେଇବାକୁ ପଡିଥିଲା। ଏହାର ପ୍ରଭାବ ବିକାଶଙ୍କୁ ଭାରତର ସବୁଠୁ ବଡ ସେଫ ଭାବେ ଗଢିତୋଳିଛି। ଗୋଡର ଠିକରେ ବିକାଶ ହୋଇନଥିବାରୁ ବିକାଶଙ୍କୁ ସାଥିମାନେ ବହୁତ ମଜାକ ଉଡ଼ାଇଥାନ୍ତି। ଯାହାର ଜବାବରେ ତାଙ୍କ ମାଆ କହିଥିଲେ ତାଙ୍କ ପୁଅ ଉଡିବାକୁ ଜନ୍ମନେଇଛନ୍ତି ଯାହାକୁ ବିକାଶ ଆଜି ସତ ପ୍ରମାଣ କରିଛନ୍ତି।
ବିକାଶ ୧୫ -୧୬ ବର୍ଷ ବୟସରେ ହିଁ ବିଜନେସ କରିବାକୁ ଯୋଜନା କଲେ। କିନ୍ତୁ ପରେ ସେଥିରେ ସେ ସଫଳ ହୋଇ ନ ଥିଲେ। ଏଥିରେ ସେ ନିଜକୁ ମଜଭୁତ କରି ପ୍ରଥମ ଥର ପାଇଁ ମୁମ୍ବାଇ ଆସିଥିଲେ। ସେଠାରେ ସେ ବିଭିନ୍ନ ଭେରାଇଟିର ଖାଦ୍ୟ ଦେଖି ତିଆରି କରିବା ଶିଖିଥିଲେ। ପୂର୍ବରୁ ତାଙ୍କୁ କେବଳ ଛୋଲେ ଭଟୁରେ ତିଆରି କରିବା ଆସୁଥିଲା। ଆଉ ଏବେ ତାଙ୍କ ସଂଘର୍ଷର ମୂଲ୍ୟ ନ୍ୟୁୟର୍କରେ ଜୁନୁନ ନାମରେ ଏକ ରେଷ୍ଟୁରାଣ୍ଟ ଅଛି। ତେବେ ବିକାଶ ସେଫ୍ ସହ ଜଣେ ଲେଖକ ମଧ୍ୟ। ସେ ୨୦୧୫ ମସିହାରେ ଉତ୍ସବ ନାମକ ପୁସ୍ତକ ଲେଖିଥିଲେ। ଯାହାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତିବତାନ ଲିଡର ଦଲାଇଲାମାଙ୍କୁ ଗିଫ୍ଟ ଆକାରରେ ଦେଇଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ ।