ଚଣ୍ଡିଗଡ଼: 1987 ବ୍ୟାଚ୍ ଆଇଏଏସ୍ ଅଫିସର ବିନି ମହାଜନ ପଞ୍ଜାବର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ପଞ୍ଜାବର ପ୍ରଥମ ମହିଳା ମୁଖ୍ୟ ସଚିବ ଭାବେ ବିନି ମହାଜନ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସବୁଠୁ ବଡ଼ କଥା ହେଲା ପଞ୍ଜାବ ଇତିହାସରେ ପ୍ରଥମ ଥର ଏମିତି ଘଟିଛି ପ୍ରଶାସନିକ ଓ ପୋଲିସ ପ୍ରଶାସନ କ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀ ବଡ଼ ପଦବୀରେ ରହିଛନ୍ତି । ବିନି ମହାଜନଙ୍କ ସ୍ୱାମୀ ଦିନକର ଗୁପ୍ତା ପଞ୍ଜାବର ଡିଜିପି ଅଛନ୍ତି ।
ବିନି ମହାଜନ ଶୁକ୍ରବାର ପଞ୍ଜାବର ମୁଖ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । କରଣ ଅବତାର ସିଂହଙ୍କ ସ୍ଥାନ ନେଇଛନ୍ତି ବିନି । ଦୀର୍ଘଦିନ ଧରି ବିନି ମହାଜନଙ୍କ ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏନେଇ ନେଇଥିଲେ ବଡ଼ ନିଷ୍ପତ୍ତି ।
ଅନ୍ୟପଟେ କରଣ ଅବତାର ସିଂହଙ୍କ କାର୍ଯ୍ୟକାଳ ଅଗଷ୍ଟ 31ରେ ସରିବାକୁ ଥିବା ବେଳେ ବିନି ମହାଜନଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ତେବେ କରଣ ଅବତାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂହ ଖପ୍ପା ଥିବା ଜଣାପଡ଼ିଥିଲା । କାରଣ ନିକଟରେ କରଣ ଜଣେ ମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା ।
ଅର୍ଗସ ବ୍ୟୁରୋ : ଅକ୍ଟୋବର ବାତ୍ୟା ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ । ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ।
ଅଧିକ ପଢନ୍ତୁ : ଆସୁଛି ବାତ୍ୟା, ଆଇଏମଡିଙ୍କ ଦ୍ୱାରା ଆକଳନ...
ବଙ୍ଗୋପସାଗରରେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରୋ । ଏହି ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହା କେଉଁ ଉପକୂଳକୁ ଯିବ, କେବେ ଉପକୂଳରେ ପହଞ୍ଚିବ, ଏହାର ପ୍ରଭାବ କ’ଣ ରହିବ ତାର ପୂର୍ବାନୁମାନ କରାଯାଇନାର୍ହି ।