କାହାର କିଛି ଗଲାନି ସିନା, ହେଲେ ତା ମା’ କୋଳରୁ ପିଲାଟାକୁ ଛଡେଇ ନେଲା ଯମ। ମୁହଁରେ କୌଣସି କଥା କହିପାରୁ ନ ଥିବା, ଏ ଯନ୍ତୁମାନଙ୍କର ବି ହୃଦୟ ଅଛି। ଏମାନେ ବି ଜୀବନକୁ, ଜୀବନ ଭଳି ବଞ୍ଚନ୍ତି।
ମଣିଷଙ୍କ ଭଳି ଏମାନେ ସ୍ବାର୍ଥପର କି ଚତୁର ନୁହଁନ୍ତି। ହେଲେ ଈଶ୍ବର ତାଙ୍କୁ ବି ହୃଦୟଟିଏ ଦେଇଛନ୍ତି। ସେଇ ଛୋଟିଆ ହୃଦୟକୁ ଧରି ରଖିଥିବା ଇଏ ବି ଗୋଟାଏ ମା’। ତା ଛୁଆକୁ ଟ୍ରକ ଚପେଇ ମାରି ଦେଇଛି। ତା କୋଳରୁ କଅଁଳା ଛୁଆକୁ ଛଡେଇ ନେଇଛି।
ସେ ରାସ୍ତାରେ ବସି ବାହୁନି କାନ୍ଦୁଛି। ନିଜ ମନକୁ ବୁଝାଇବାକୁ ଚେଷ୍ଟା କରୁଛି। ତା ବାହୁନା ବୁଝିବାକୁ ହୁଏତ ଆମର ମଗଜ ନାହିଁ। ତା ଏଫଆଇଆର ଲେଖିବାକୁ ପୁଲିସ ପାଖରେ କାଗଜ ନାହିଁ।
କିନ୍ତୁ ଭଗବାନ ଆମକୁ ବି ହୃୟଦଟିଏ ଦେଇଛନ୍ତି। ପଶୁଟିଏ ମଲେ, ତା ପରିବାର ଉଜୁଡେ। ତା ମା’ର କୋଳ ଝୁରୀ ଝୁରୀ ମରେ। ବେଳ ଥାଉ ମଣିଷ ବୁଝିଯିବା ଭଳ। ଯିଏ କହିଥିଲେ, ସିଏ ଭୁଲ ନ ଥିଲେ। ଜୀବେ ଦୟା ଆମ ପରମ୍ପରାର ଏକ ନିଦର୍ଶନ। ଗାଡି ଧୀରେ ଚଲାନ୍ତୁ। ନ ଚେତ୍ ଏମାନଙ୍କ ମୃତ୍ୟୁର ସଜା ପାଇଁ ଇଶ୍ବର ସଜ ହେଉଛନ୍ତି, ଏକଥା ମନେରଖନ୍ତୁ।
ଭାରତ ଖବର ଆହୁରି ପଢ଼ନ୍ତୁ ।