ଏତେ ଧନ ସମ୍ପତ୍ତି ଥାଇ ମଧ୍ୟ ବ୍ୟକ୍ତିଙ୍କ ସରଳ ଜୀବନ ଆଉ ମାଧୁର୍ଯ୍ୟପୂର୍ଣ୍ଣ ବ୍ୟବହାର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ସାଧାସିଧା କୋଟିପତି ବ୍ୟକ୍ତିଙ୍କର ୮୦ କୋଟି ଟଙ୍କା ଏଲଆଣ୍ଡଟିରେ, ଅଲଟ୍ରାଟେକ୍ ସିମେଣ୍ଟରେ ୨୧ କୋଟି ଟଙ୍କା ଏବଂ କର୍ଣ୍ଣାଟକ ବ୍ୟାଙ୍କରେ କୋଟିଏ ଟଙ୍କାର ସେୟାର ରହିଛି । ବର୍ଷକୁ ସେ ଲାଭାଂଶ ବାବଦରେ ୬ ଲକ୍ଷ ଟଙ୍କା ପାଉଛନ୍ତି। ତେବେ ଜଣେ ଟୁଇଟର ବ୍ୟବହାରକାରୀ ଏହି କୋଟିପତି ବୃଦ୍ଧଙ୍କରଏକ ଭିଡିଓ ସେୟାର କରିଥିଲେ ତାଙ୍କ ରୋଚକ କାହାଣୀକୁ ନେଇ। ଏପର୍ଯ୍ୟନ୍ତ ଏହି ଭିଡିଓ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହିତ ଭିଡିଓରେ କମେଣ୍ଟସର ବର୍ଷାା ମଧ୍ୟ ହେଉଛି। କମେଣ୍ଟରେ ୟୁଜର୍ସ କହିଛନ୍ତି ଏତେ ସମ୍ପତ୍ତି ଥାଇ ଯଦି ତାହାକୁ ଠିକରେ ଉପଯୋଗ କରାନଯିବ ତେବେ ବେକାର ହୋଇଯିବ। ତେବେ କିଛି ୟୁଜର୍ସ ବ୍ୟକ୍ତିଙ୍କର ଏହି ସରଳ ଜୀବନଶୈଳିକୁ ପ୍ରଂଶସା ମଧ୍ୟ କରିଛନ୍ତି।
ଅଧିକ ଦେଖନ୍ତୁ: