ଅଧିକ ପଢନ୍ତୁ ଭାରତ ଖବର
ଲୁଧିୟାନା ସେଣ୍ଟ୍ରାଲ ଜେଲରେ ମଣି ରାଣା ନାମକ ଜଣେ କଏଦୀର ଜନ୍ମଦିନ ପାଳୁଛନ୍ତି ସାଥୀ କଏଦୀ । ଏହି ଅବସରରେ ସମସ୍ତେ ଚା ପୋକୋଡି ଖାଉଥିବାର ଦୃଶ୍ୟ ଭାଇରାଲ ହେଉଛି । ଭିଡିଓଟି ଭାଇରାଲ ହେବାପରେ ଜେଲ କର୍ତ୍ତୃପକ୍ଷ କିଛି କଏଦୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛନ୍ତି । ସେପଟେ ଜେଲରେ କୌଣସି ପ୍ରକାର ନେଟୱର୍କ କାମ କରୁନଥିବା କୁହାଯାଏ । ହେଲେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏହା ଉପରେ ମଧ୍ୟ ପ୍ରଶ୍ନବାଚୀ ଛିଡ଼ା ହୋଇଛି ।