ରାତିରେ ଏହି ଦିବ୍ୟାଙ୍ଗ ଯୁବକ ହ୍ବିଲ ଚେୟାରରେ ବଢି ଚାଲିଛନ୍ତି ଆଗକୁ । ଗୋଟିଏ ହାତରେ ଫୋନ୍ରେ ଗ୍ରାକଙ୍କ ସହଳ କଥା ହେଉଛନ୍ତି ଆଉ ଗୋଟିଏ ହାତରେ ଟ୍ରାଇ ସାଇକେଲକୁ ଚଲାଉଛନ୍ତି। ତେବେ ଏ ଭିଡିଓ ଦେଖିଲେ ଜୀବନର ବାସ୍ତବତା କୁ ବୁଝିହେବ ।
ଜୀବନ ଏକ ସଙ୍ଘର୍ଷ.. ହାରିବାର ପ୍ରଶ୍ନ ଉଠୁନି । ହଜାର ଥର ଝୁଣ୍ଟିକି ପଡିବୁ ପୁଣି ଉଠିବୁ କିନ୍ତୁ ହାରିବୁନୁ। ମୁଁ ଥକିନି କି ଥକିବି ନାହିଁ। ମୋତେ ମୋ ଗନ୍ତବ୍ୟ ସ୍ତଳରେ ପହଞ୍ଚିବାର ଅଛି। କାରଣ ମୋ ଉପରେ ଅନେକ ଲୋକ ଭରଷା କରି ବସିଛନ୍ତି। ଏହି ଦୃଢ ମନବୋଳ ଧରି ଆଗକୁ ହ୍ବିଲ ଚେୟାର ବଢିଚାଲିଚନ୍ତି ଏହି ଦିବ୍ୟାଙ୍ଗ ଯୁବକ।
ନିଜର ଅକ୍ଷମତାକୁ ପଛରେ ପକାଇ ଏହି ଯୁବକ ଜଣଙ୍କ ହ୍ବିଲ ଚେୟାରରେ ବସି ଫୁଡ୍ ଡେଲିଭରୀ କାର୍ଯ୍ୟ କରୁଛନ୍ତି। ଏହି ଯୁବବଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ସ୍ବର୍ଶ ମଧ୍ୟ କରୁଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।