ଏହା ସହିତ ବିରାଟ ଟ୍ୱିଟରରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ଚତୁର୍ଥ ଖେଳାଳୀ ହୋଇ ଯାଇଛନ୍ତି । ଏହି ଲିଷ୍ଟରେ କ୍ରିଷ୍ଟିଆନୋ ରୋନାଲ୍ଡୋ ସବୁଠାରୁ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କର ପାଖାପାଖି ୧୦ କୋଟି (10.34 ମିଲିୟନ) ଫଲୋଅର୍ସ ଅଛନ୍ତି । ସେହିପରି ତାଙ୍କ ପରେ ନେମାର ୫.୫୯ କୋଟି ଫଲୋଅର୍ସଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବାସ୍କେଟବଲ ଖେଳାଳୀ ଲେବ୍ରାନ ଜେମ୍ନ ୫.୨୨ କୋଟି ଫଲୋଅର୍ସଙ୍କ ସହ ତୃତୀୟ ସ୍ଥାନରେ ରହିଛନ୍ତି । 0ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏବେ ବିରାଟ କୋହଲି ଙ୍କର ପାଖାପାଖି ୩୧ କୋଟି ଫଲୋଅର ଫଲୋ କରୁଛନ୍ତି । ଏଥିରେ ଇନଷ୍ଟାରେ ୨୧.୧ କୋଟି, ଫେସବୁକରେ ୪.୯ କୋଟି ୟୁଜର ରହିଛନ୍ତି ।
କୋହଲିଙ୍କର ଗତ ଜୁନ ମାସରେ ହିଁ ଇନଷ୍ଟାଗ୍ରାମରେ ୨୧ କୋଟି ଫଲୋଅର ହୋଇ ସାରିଛନ୍ତି । ସେ ହେଉଛନ୍ତି ଇନଷ୍ଟାରେ ସର୍ବାଧିକ ଫଲୋ କରାଯାଉଥିବା କ୍ରିକେଟର । ବର୍ତମାନ ସୁଦ୍ଧା ତାଙ୍କୁ ୨୧.୧ କୋଟି ୟୁଜର ଫଲୋ କରନ୍ତି । ଏହି ପ୍ଲାଟଫର୍ମରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ୟ କେଉଁ ଖେଳର ଖେଳାଳୀ ଭାବେ ସବୁଠାରୁ ଆଗରେ ଅଛନ୍ତି । ତାଙ୍କୁ ୪୫.୧ କୋଟି ୟୁଜର ଫଲୋ କରୁଛନ୍ତି ।
ଗତ କିଛି ଦିନ ଧରି ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଥିବା ବିରାଟଙ୍କ ବ୍ୟାଟ ୧୦୨୦ ଦିନର ବ୍ୟବଧାନ ପରେ ଗତ ସେପ୍ଟେମ୍ବର ମାସ ୮ ତାରିଖ ଦିନ ଶତକ ହାସଲ କରିଥିଲା । ସେ ଆଫଗାନିସ୍ତାନ ବିରୁଦ୍ଧରେ ୧୨୨ ରନ ସ୍କୋର କରିଥିଲେ । ଗତ ତିିନି ବର୍ଷ ଧରି ଆଉଟ ଅଫ ଫର୍ମ ଚାଲିଥିବା ବିରାଟ କୋହଲି ଏସିଆ କପର ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବା ଦେଖିବାକୁ ମିଳିଥିଲା । ୟୁଏଇରେ ଖେଳା ଯାଇଥିବା ଏହି ମଲଟି ନେଶନ ପ୍ରତିଯୋଗିତାରେ ବିରାଟ ୨ଟି ଅର୍ଦ୍ଧ ଶତକ ଓ ଗୋଟିଏ ଶତକ ହାସଲ କରିଥିଲେ । ସେ ଏହି ପ୍ରତିଯୋଗିତାରେ ମୋଟ ୨୭୬ ରନ ହାସଲ କରିବା ସହ ରନ ସଂଗ୍ରହ ମାମଲାରେ ଦ୍ବିତୀୟ ନମ୍ବରରେ ରହିଥିଲେ ।