ବିରାଟଙ୍କର ଯେତିକି ତାରିଫ କରିବା ସେତେ କମ୍ ହେବ। ବିରାଟ ଆଜି ଶାନଦାର ୧୬୬ ରନ କରି ଅପରାଜିତ ଇନିଂସ ଖେଳିଛନ୍ତି। ୧୧୦ ବଲରେ ୧୩ ଚୌକା ଏବଂ ୮ଛକା ଲଗାଇଛନ୍ତି। କୋହଲିଙ୍କ ଷ୍ଟ୍ରାଇକ ରେଟ ୧୫୦.୯୧ ଅଛି। ବିରାଟ ଶ୍ରୀଲଙ୍କା ବିପକ୍ଷରେ ବଡ଼ ହିଟ ମାରି ୩୯୧ର ଟାର୍ଗେଟ ଦେଇଥିଲେ। ଓ୍ବାନଡେ କ୍ୟାରିୟରରେ ଏହା ବିରାଟଙ୍କର ଦ୍ବିତୀୟ ସର୍ବଶ୍ରେଷ୍ଠ ସ୍କୋର। ୨୦୧୨ରେ କୋହଲି ପାକିସ୍ତାନ ବିପକ୍ଷରେ ୧୮୩ ରନ କରିଥିଲେ। ଯାହା ଥିଲା ତାଙ୍କର ସର୍ବଶ୍ରେଷ୍ଠ ସ୍କୋର। ୨୦୧୮ରେ ଦକ୍ଷିଣଆଫ୍ରିକା ବିପକ୍ଷରେ ୧୬୦ ରନର ପାଳି ଖେଳିଥିଲେ।
ସେପଟେ ଭାରତ ଦଳ ପାଇଁ ଖେଳିଥିବା ଓ୍ବାଶିମ ଜାଫର ଦେଶର ଘରୋଇ କ୍ରିକେଟରେ କିଛି କାଳ ଏକ ରକମ ରାଜ କରିଥିଲେ। କୋହଲିଙ୍କର ତ ଅନେକ ଫ୍ୟାନ ଅଛନ୍ତି। ଜାଫର ପରି ଜଣେ ଦମଦାର ବ୍ୟାଟର ମଧ୍ୟ କୋହଲିଙ୍କୁ ଯେମିତି ପ୍ରଶଂସା କରନ୍ତି ତାହା ଜାଣିଲେ ଯେ, କେହି କ୍ରିକେଟ ଜଗତରେ କୋହଲିଙ୍କ ଉଚ୍ଚତା ବିଷୟରେ ଆକଳନ କରିପାରିବେ। କୋହଲିଙ୍କ ସିଗ୍ନେଚର ସର୍ଟକୁ ନେଇ ସେ କହିଛନ୍ତି ବାଘ ମୁହଁରେ ରକ୍ତର ସ୍ବାଦ ଲାଗିଯାଇଛି। ଏବର୍ଷ ବେଶ କିଛି ଶିକାର ହେବେ ବୋଲି ଓ୍ବାଶିମ ଜାଫର ଏନେଇ ଏକ ଟ୍ବିଟ କରିଛନ୍ତି। ଜାଫରଙ୍କ ଏହି ଟ୍ବିଟକୁ ପ୍ରଶଂସାର ସୁଅ ଛୁଟୁଛି।
ବିରାଟ କୋହଲି ଯେଉଁ ଫର୍ମରେ ନଜର ଆସୁଛନ୍ତି ଏବଂ ତାଙ୍କ ବ୍ୟାଟରୁ ଯେମିତି ଶତକ ବାହାରୁଛି ତାକୁ ଦେଖିଲେ ସେ ଶୀଘ୍ର ତେନ୍ଦୁଲକରଙ୍କ ୪୯ତମ ଦିନିକିଆ ଶତକକୁ ଅତିକ୍ରମ କରିବେ। ଗତ ଚାରୋଟି ଓ୍ବାନଡେରେ କୋହଲି ତୃତୀୟ ଶତକ ଅର୍ଜନ କରିସାରିଲେଣି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।