ଅର୍ଗସ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା । ଗ୍ଲୋବାଲ୍ ଇନଭେଷ୍ଟର୍ସ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକକୁ ସମ୍ବୋଧିତ କରିବାବେଳେ ଏପରି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ସେ କହିଛନ୍ତି ଆଉ କିଛିଦିନ ପରେ ମୁଁ ମଧ୍ୟ ବିଶାଖାପାଟଣାକୁ ସ୍ଥାନାନ୍ତର କରିବି । ମାର୍ଚ୍ଚ ମାସରେ ବିଶାଖାପାଟନମରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ୍ ଇନଭେଷ୍ଟର୍ସ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକକୁ ସମ୍ବୋଧିତ କରିବାବେଳେ ଏପରି କହିଛନ୍ତି ରେଡ୍ଡୀ ।
ବୈଠକକୁ ସମ୍ବୋଧିତ କରି ରେଡ୍ଡୀ କହିଛନ୍ତି “ ମୁଁ ଆପଣଙ୍କୁ ବିଶାଖାପାଟନମକୁ ନିମନ୍ତ୍ରଣ କରିବାକୁ ଯାଉଛି, ଯାହା ଆଗାମୀ ଦିନରେ ଆମର ରାଜଧାନୀ ହେବ । ମୁଁ ନିଜେ ମଧ୍ୟ ଆସନ୍ତା ମାସରେ ବିଶାଖାପାଟନମ୍ ସ୍ଥାନାନ୍ତର କରିବି ।
ତେବେ ଏଠାରେ କହି ରଖୁଛୁ ଅମରାବତୀ ହେଉଛି ଆନ୍ଧ୍ରପ୍ରଦେଶର ବର୍ତ୍ତମାନର ରାଜଧାନୀ ।