ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ। ୧୮ ମାସର ବ୍ୟବଧାନ ପରେ ପୁଲିସ କେମିତି ପାଇଲା ଘଟଣାର ଖିଅ। ଏ ବାବଦରେ ଜାଣିବାକୁ ଆମକୁ ଫେରିବାକୁ ପଡିବ ଅତୀତକୁ। ୨୦୨୧ ମସିହା ମେ’ ମାସକୁ। ୩୫ ବର୍ଷ ବୟସ୍କା ମୃତକା ହେଉଛନ୍ତି ଶକୁନ୍ତଳା। ଯାହାଙ୍କୁ ଋଷୀ ନାମକ ଜଣେ ଯୁବକ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।
ବିଶାଖାପଟନମ ମଧୁରାୱାଡାର ବିକାଲାଙ୍ଗୁଲା କଲୋନୀରେ ରମେଶ ନାମକ ଜଣେ ବ୍ୟକ୍ତିଙ୍କ ଭଡା ଘରେ ରହୁଥିଲା ଋଷୀ। ବୟସ ମାତ୍ର ୩୩ ବର୍ଷ। ଏଠାରେ ଥିବା ଏକ ୱେଲଡିଂ ଦୋକାନରେ କାମ କରୁଥିଲା। ଋଷି ଉକ୍ତ ଘରେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ରହୁଥିଲେ। କିନ୍ତୁ ଗର୍ଭବତୀ ପତ୍ନୀ ଗାଁକୁ ଯାଇଥିବା ବେଳେ ଋଷୀ, ଶକୁନ୍ତଳାଙ୍କୁ ଘରକୁ ଆଣିଥିଲେ। ଘଟଣାଦିନ ରାତିରେ କୌଣସି କାରଣରୁ ଉଭୟଙ୍କ ଭିତରେ ଝଗଡା ହୋଇଥିଲା। ଏବଂ ସେ ସେହି ରାତିରେ ଶକୁନ୍ତଳାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ପାଖରେ ଥିବା ଏକ ପ୍ଲାଷ୍ଟିକ ଡ୍ରମରେ ମୃତଦେହ କାଟି ରଖିଥିଲେ।
ଋଷି ହଠାତ୍ ଗୋଟିଏ ଦିନ ସକାଳୁ ପତ୍ନୀଙ୍କୁ ଦେଖା କରିବା ବାହାନାରେ ସୀତାମପେଟା ଯାଉଥିବା କହି ସହର ଛାଡ଼ିଥିଲେ। ଆଉ ସେଇ ଦିନଠାରୁ ତାଙ୍କର ଅତ୍ତାପତ୍ତା ନ ଥିଲେ। ଦୀର୍ଘଦିନ ଘର ଖାଲିପଡିଥିବାରୁ ନିକଟରେ ସଫେଇ କରୁଥିଲେ ରମେଶ। ଆଉ ସଫେଇ ବେଳେ ଡ୍ରମ ଭିତରୁ ଦୁର୍ଗନ୍ଧ ବାହାରିଥିଲେ। ପୁଲିସକୁ ଖବର ଦିଆଯିବା ପରେ ଏବେ ସତ ସାମ୍ନାକୁ ଆସିଛି।
ପୁଲିସ କହିଛି ମୃତ ଶକୁନ୍ତଳାଙ୍କ ବୟସ ପାଖାପାଖିତ ୩୫ ବର୍ଷ ଆଉ ଉଚ୍ଚତା ୪ଫୁଟ ୫ ଇଞ୍ଚ ହେବ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ପରେ ଋଷିଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।