24ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ । ତେବେ ମତଦାନ ପାଇଁ ସରିଛି ସମସ୍ତ ପ୍ରକ୍ରିୟା । ଆସନ୍ତାକାଲି ଭୋଟିଂ ପାଇଁ ସମସ୍ତ ପ୍ରକ୍ରିୟା ତାଦରଖ କରିଛନ୍ତି ଦଳର ନିର୍ବାଚନ ମୁଖ୍ୟ ମଧୁସୂଦନ ମିସ୍ତ୍ରୀ । ପ୍ରଦେଶ କଂଗ୍ରେସ ସଦସ୍ୟମାନେ ନିଜ ନିଜ ପ୍ରାଦେଶିକ କାର୍ଯ୍ୟାଳୟରେ ଭୋଟ ଦେବେ । ସେହିପରି ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ବରେ ଥିବା ନେତାମାନେ ନିଜ ଦାୟିତ୍ବରେ ଥିବା ପ୍ରଦେଶରେ ଭୋଟ ଦେବେ ।
ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଭୋଟ ଦେବେ 9 ହଜାର କଂଗ୍ରେସ ସଦସ୍ୟ। ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ 36ଟି ପୁଲିଂ ଷ୍ଟେସନ ଓ 67 ବୁଥର ବ୍ୟବସ୍ଥା । କର୍ଣ୍ଣାଟକରୁ ଭୋଟ ଦେବେ ରାହୁଲଙ୍କ ସମେତ ଅନ୍ୟ 40 ନେତା । ଖାଡଗେ ଓ ଥରୁରଙ୍କ ମଧ୍ୟରେ ହେଉଛି ଲଢେଇ ।
Download Argus News App
