ପରେ ପରେ ୧୯୬୦ ମସିହାରେ ମଧ୍ୟ ବ୍ରହ୍ମପୁର ଆସିଥିଲେ ଓ୍ବାହିଦା । ରେଡକ୍ରସ ତରଫରୁ ଏକ ପ୍ରସୂତି ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରାଯାଉଥିଲା । ଏଥିପାଇଁ ଏକ ଚାରିଟି ଶୋ ଆୟୋଜନ କରାଯାଉଥିଲା । ସେତେବେଳକୁ ହମ୍, ସିଆଇଡି, ପ୍ୟାସା, ଷୋଲଓ୍ବା ସାଲ୍, କାଗଜ କେ ଫୁଲ୍ ଭଳି ଫିଲ୍ମରେ ଅଭିନୟ କରି ସାରା ଦେଶରେ ପରିଚିତ ହୋଇସାରିଥିଲେ । ବ୍ରହ୍ମପୁରର ଗଞ୍ଜାମ କଳାପରିଷଦ ତରଫରୁ ଖଲ୍ଲିକୋଟ କଲେଜ ପଡ଼ିଆରେ ମାନ୍ନାଦେଙ୍କ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଓ୍ବାହିଦା । ଯଦିଓ ସେ ସମୟର ଲୋକେ ଆଜି ନାହାନ୍ତି କିନ୍ତୁ ସେଦିନର ସ୍ମୁତି ଆଜି ବି ବଞ୍ଚିରହିଛି ।
୫୦ ବର୍ଷରୁ ଅଧିକ କ୍ୟାରିୟରରେ ୯୦ରୁ ଅଧିକ ଫିଲ୍ମ କରିଛନ୍ତି ଓ୍ବାହିଦା । ସିନେମାରେ ଜୀବନବ୍ୟାପି ସାଧନା ପାଇଁ ତାଙ୍କୁ ସମ୍ମାନିତ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ପୂର୍ବରୁ ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । ଭାରତୀୟ ସିନେମାକୁ ତାଙ୍କ ଅବଦାନ ଅତୁଳନୀୟ । ଚମତ୍କାର ଅଭିନୟ ପାଇଁ ଥରେ ଜାତୀୟ ଫିଲ୍ମ ସମ୍ମାନ ଓ ତିନିଥର ଫିଲ୍ମ ଫେୟାର ସମ୍ମାନ ମିଳିଛି ।
ତେଲୁଗୁ ଫିଲ୍ମ ରୋଜୁଲୁ ମରାୟୀରେ ୧୯୫୫ରେ ଡେବ୍ୟୁ କରିଥିଲେ । ୧୯୫୭ରେ ମହାନ ନିର୍ଦ୍ଦେଶକ ତଥା ଅଭିନେତା ଗୁରୁ ଦତ୍ତଙ୍କ ଦ୍ବାରା ନିର୍ଦ୍ଦେଶିତ ରୋମାଣ୍ଟିକ ଡ୍ରାମା ପ୍ୟାସାରେ ସେ ବଲିଉଡରେ ପରିଚିତି ହାସଲ କରିପାରିଥିଲେ । ଏହ ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । ୮୫ ବର୍ଷ ବୟସରେ ଏବେ ବି ସେ ପରଦାରେ ସକ୍ରିୟ ଅଛନ୍ତି । ଆଉ ସେଥିପାଇଁ ବ୍ରହ୍ମପୁର କଳାକାର ଆଜି ଗୋଟି ଗୋଟି କରି ସବୁକିଛି ବଖାଣୁଛନ୍ତି ।