ବେଳେବେଳେ ମୁଁ ଭାବୁଛି, ଏବଂ ଏହା ବଡ କଥା ନୁହେଁ ଯେ ହଠାତ୍ ଆପଣ ଜାଣିବାକୁ ପାଇବେ, ଯେ ମୁଁ ଅବସର ନେଇଛି ଏବଂ ସାମାଜିକ ସେବା କରିବା ଆରମ୍ଭ କରିଛି । ରାଜନୀତି ଏତେ ଖରାପ ହୋଇଯାଇଛି ଯେ ବେଳେବେଳେ ଆମେ ମଣିଷ କି ନାହିଁ ବୋଲି ସନ୍ଦେହ କରିବାକୁ ପଡିବ ।
ମୁଁ ଭାବୁଛି (ମହାତ୍ମା) ଗାନ୍ଧୀ ହେଉଛନ୍ତି ହିନ୍ଦୁ ତଥା ଧର୍ମନିରପେକ୍ଷତାର ସବୁଠାରୁ ବଡ ଅନୁଗାମୀ । ଯିଏ ଧର୍ମକୁ ପ୍ରକୃତରେ ଅନୁସରଣ କରେ ସେ ପ୍ରକୃତରେ ଧର୍ମନିରପେକ୍ଷ । ସମସ୍ତେ ପ୍ରଥମେ ମଣିଷ, ପରେ ହିନ୍ଦୁ ଏବଂ ମୁସଲମାନ । ଜମ୍ମୁ-କାଶ୍ମୀର ଆତଙ୍କବାଦୀ ଧନ ଜୀବନ ନଷ୍ଟ କରିଛନ୍ତି ପାକ୍ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛନ୍ତି, ସମାଜରେ ବହୁ ବିଧବାଙ୍କୁ ଛାଡିଛନ୍ତି, ସେ କାଶ୍ମୀର ପଣ୍ଡିତ ହୁଅନ୍ତୁ କିମ୍ବା କାଶ୍ମୀରୀ ମୁସଲମାନ ହୁଅନ୍ତୁ । ଆଜାଦ କହିଛନ୍ତି ଯେ, ସମସ୍ତ ରାଜନୈତିକ ଦଳ ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରନ୍ତି ଏବଂ କଂଗ୍ରେସ ଦଳ ମଧ୍ୟ ଏଥିରେ ଜଡିତ ଅଛି ।
କଶ୍ମୀରୀ ପଣ୍ଡିତଙ୍କ କଶ୍ମୀର ଛାଡିବା ସହ ଜଡିତ ପ୍ରଶ୍ନ ପଚରାଯିବା ପରେ ଆଜାଦ କହିଥିଲେ ଯେ କଶ୍ମୀରରେ ଘଟିଥିବା ଘଟଣା ପାଇଁ ପାକିସ୍ତାନ ଏବଂ ଆତଙ୍କବାଦ ଦାୟୀ । ଏଥିପାଇଁ କୌଣସି ଧର୍ମ ଦାୟୀ ନୁହେଁ । ଧର୍ମ, ଜାତି ଏବଂ ଅନ୍ୟାନ୍ୟ ଜିନିଷ ଆଧାରରେ ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ୨୪ଘଣ୍ଟା ରାଜନୈତିକ ଦଳ କାର୍ଯ୍ୟ କରୁଛନ୍ତି । କଂଗ୍ରେସ ବି ଏଥିରେ ସାମିଲ ଅଛି । କିନ୍ତୁ ଭାରତର ନାଗରିକଙ୍କୁ ଏକଜୁଟ ରହିବା ଆବଶ୍ୟକ ।
#WATCH | "...We have to bring about a change in society. Sometimes I think, and it is not a big deal that suddenly you come to know that I have retired and started doing social service...," Senior Congress leader Ghulam Nabi Azad said at an event in Jammu (20.03) pic.twitter.com/eCw8GR0NEm — ANI (@ANI) March 21, 2022