ଅଧିକ ପଢନ୍ତୁ : ପାଦରେ ପାଦଛନ୍ଦା ପାଦେ ନୁପୁର ବନ୍ଧା
ଇଏ ତିନିଜଣ ସୁଦୂର ଋଷିଆରୁ ଆସିଛନ୍ତି ।ଜଗା ପ୍ରେମ ଏମାନଙ୍କୁ ଟାଣି ଆଣିଛି । ନଵଦ୍ବୀପ, ଜଗନ୍ନାଥ ଧାମ ଓ ବୃନ୍ଦାବନ ତିନିଟି ଜାଗାରେ ପରିକ୍ରମା କରିବାର ଇଛା ରହିଛି ।ବଡ ବିଚିତ୍ର କଥା ।ତିନିହେଁ ଗୋଟିଏ ପରେ ଗୋଟିଏ ହୋଇ ଝାଳନାଳ ହୋଇ କାଦୁଅରେ ଲଟପଟ ହୋଇ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପରିକ୍ରମା କରୁଛନ୍ତି । ପରିକ୍ରମା କେବଳ ବୁଲୁଥିଲେ ତା ନୁହେଁ ।ଦଣ୍ଡ ପ୍ରଣାମ କରି କରି କଳାଠାକୁରଙ୍କୁ ଡାକିଡାକି ଯାଉଛନ୍ତି । ହାତରେ ଗୋଡିଟିଏ ଧରୁଛନ୍ତି,ଦଣ୍ଡଟିଏ ମାରି ସେଇଠି ଚିହ୍ନଟିଏ ଦେଉଛନ୍ତି,ସେଇଠୁ ଆରମ୍ଭ ହେଉଛି ଆଉ ଗୋଟିଏ ଦଣ୍ଡବତ ।
ଅଧିକ ପଢନ୍ତୁ : ବାଳଗୋପାଳ ପ୍ରେମରେ ପାଗଳ ମହିଳା
ଏହି ସତେ ଯେମିତି ବିଶ୍ୱନିଅନ୍ତା କଳାଠାକୁର ନିଜେ ଶିଖେଇ ଦେଉଛନ୍ତି ଭକ୍ତିର ମାର୍ଗକୁ । ଏହି ଦଣ୍ଡବତ ପ୍ରଣାମ ବଡି ଭୋରରୁ ଆରମ୍ଭ ହୋଇ ପ୍ରାୟ 2ଘଣ୍ଟା କାଳ ଅର୍ଥାତ ସକାଳ 7ଟା ପର୍ଯ୍ୟନ୍ତ ଚାଲିଥିଲା।କଷ୍ଟ କଲେ କୃଷ୍ଣ ମିଳେ । ବୋଧ ହୁଏ ଏମାନେ ବେଶୀ ଉପଲବ୍ଧି କରିଛନ୍ତି ଏ ମର୍ମକୁ । ପରିକ୍ରମା ମାର୍ଗର କାମ ଚାଲିଥିବା ବେଳେ ଚାରିଆଡେ ଗୋଡି ବାଲି ,ମେଟାଲ ପଡିଛି ।ବନ୍ଧୁର ରହିଛି ରାସ୍ତା । ହେଲେ ଏ ଅସହଜ ରାସ୍ତାରେ ଏ ତିନି ଜଣ ପରିକ୍ରମା କରୁଛନ୍ତି । ସେପଟେ ଋଷିଆର ଜଳବାୟୁ ଓ ଭାରତୀୟ ଜଳବାୟୁ ସମ୍ପୂର୍ଣ୍ଣ ଅଲଗା । ମାର୍ଚ୍ଚ ମାସର ଗୁଳୁଗୁଳି ,ଦେହରେ ପ୍ରବଳ ଝାଳ, ଅଟକେଇ ପାରିନି ଏମାନଙ୍କ ରାସ୍ତାକୁ । କୋଉଠି ଋଷିଆର ଥଣ୍ଡା ଜଳବାୟୁ ଆଉ କୋଉଠି ଭାରତୀୟ ଜଳବାୟୁ । ହେଲେ କଣ ହେବ ଇଏ ସଂସ୍କୃତି ପରା ସେମିତି । ଏ ଠାକୁର ସେମିତି । ଏମିତି ଭାବ ଲଗେଇବେ ଯେ, ଭକ୍ତଟିଏ ଯିବ କୁଆଡେ଼ । ମହାପ୍ରଭୁ ବିଶ୍ୱନିଅନ୍ତା ।ସମଗ୍ର ବିଶ୍ୱ ତାଙ୍କରି କଥାରେ ପରିଚାଳିତ ।ସବୁଠି ତାଙ୍କ ପାଇଁ ଭକ୍ତି ଆଉ ପ୍ରେମ,ଏକଥା ଆଉଥରେ ପ୍ରମାଣିତ ହୋଇଛି ।
ଦେଖନ୍ତୁ ଭିଡିଓ :ସିଏ ଗୋବିନ୍ଦ,ସିଏ ଗୋପାଳ !