ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀରେ ହୋଇଥିବା ଆନ୍ଦୋଳନରେ ଅନେକ ପୋଲିସ ଆହାତ ହୋଇଥିବା ସହ କେତେଜଣ ଗୁରୁତର ଭାବରେ ବିଭିନ୍ନ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ଇତି ମଧ୍ୟରେ ଲାଲକିଲ୍ଲାରେ କୃଷକ ମାନଙ୍କ ଦ୍ଵାରା ଗୁରୁତର ଭାବରେ ଆହାତ ହୋଇଥିବା ପିସି ଯାଦବ କହିଛନ୍ତି ଯେ, ଜଣେ ଆହତ ସହକର୍ମୀଙ୍କୁ ବାହାରକୁ ନେଉଥିଲା ବେଳେ ଅତି ନିର୍ମମ ଭାବରେ ମାଡ ହୋଇଥିଲା, ଯେତେବେଳେ ଆମେ ବାହାରକୁ ଯାଉଥିଲୁ ଆମକୁ ମଧ୍ୟ ମାଡ ଦିଆଯାଇଥିଲା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ କୃଷକ ଥିବାରୁ ଆମେ ବଳ ପ୍ରୟୋଗ କରୁନାହୁଁ। ଆମେ କେବଳ ସେମାନଙ୍କ ଆନ୍ଦୋଳନକୁ ଅଟକାଇବାକୁ ଚେଷ୍ଟା କରୁଥିଲୁ।