ବଙ୍ଗଳାର ସିଏମ୍ ରହିବାକୁ ହେଲେ ମମତା ତାଙ୍କ ପାରମ୍ପାରିକ ଭବାନିପୁର ଆସନରୁ ଜିତିବା ଆବଶ୍ୟକ, ନଚେତ୍ ସେ ବିଧାୟକରେ ବିଫଳ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେପଟେ ମମତାଙ୍କୁ ସିଏମ ପଦରୁ ହଟାଇବା ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି। ତାଙ୍କ ବିରୋଧରେ ବିଜେପିର ପ୍ରିୟଙ୍କା ତିବ୍ରୁୱାଲ ଲଢିବା ମମତାଙ୍କ ପାଇଁ ଚ୍ୟାଲେଞ୍ଚ ସୃଷ୍ଟ କରିଛି।
ତେବେ ମୁଖ୍ୟମନ୍ତ୍ରୀ ମମତାଙ୍କ ପ୍ରାର୍ଥୀପତ୍ର ନାକଚ ହେବା ସ୍ଥିତି ଉପୁଜିଛି । ମମତା ତାଙ୍କ ନାମରେ ଥିବା ୫ଟି ପୋଲିସ ମାମଲା ସତ୍ୟପାଠରେ ଉଲ୍ଲେଖ କରି ନାହାନ୍ତି । ଏହି ମାମଲା ତାଙ୍କ ବିରୋଧରେ ଆସାମରେ ଦାୟର ହୋଇଥିଲା ।
ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଏ ନେଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । ଯଦି ମମତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଏ ତାହାହେଲେ ସେ ନିର୍ବାଚନ ଲଢ଼ିପାରିବେ ନାହିଁ । ସୂଚନାଯୋଗ୍ୟ, ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ ପରାଜିତ ହୋଇଥିଲେ ।