ଅଧିକ ପଢନ୍ତୁ ଭାରତ ଖବର
ସେହିପରି ଜଣେ ବିଜେପି କର୍ମୀଙ୍କୁ ପୋଲିଂ ବୁଥ୍ ଭିତରେ ହିଁ ହତ୍ୟା କରାଯାଇଛି । ଖୁଲମଖୁଲା ପୋଲିଂ ବୁଥ୍ ଭିତରେ ଟିଏମସି କର୍ମୀମାନେ ଭଙ୍ଗାରୁଜା ସହ ଦମନଲୀଳା ଚଳାଇଛନ୍ତି । ପୋଲିଂ ବାକ୍ସ ନେଇ ଛୁ ମାରିଛନ୍ତି ମମତାଙ୍କ ଦଳୀୟ କର୍ମୀ । ହେଲେ ସବୁ ଦେଖି ହାତ ଟେକି ଦେଇଛି ପୋଲିସ । ଏଯାଏଁ ପ୍ରାୟ ୨୮ ଜଣଙ୍କର ନିର୍ବାଚନ ଓ ପ୍ରାକ୍-ନିର୍ବାଚନୀ ହିଂସାରେ ଜୀବନ ଗଲାଣି ।
ମୁର୍ଶିଦାବାଦ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଦିନାଗଜପୁର, ମାଲଦା ଓ କୁଚ୍ଚବେହାର ଆଦି ଜିଲ୍ଲାରେ ନିର୍ବାଚନୀ ହିଂସାର ବହୁ ଘଟଣା ସାମ୍ନାକୁ ଆସିଛି । ଅନେକ ଜାଗାରେ ଲୋକେ ଭୋଟିଂକୁ ବୟକଟ୍ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ପଞ୍ଚିମବଙ୍ଗର ୬୩୨୨୯ ପଞ୍ଚାୟତ, ୯୭୩୦ ପଞ୍ଚାୟତ ସମିତି, ୯୨୮ ଜିଲ୍ଲା ପରିଷଦ ପାଇଁ ଭୋଟିଂ । ଜୁଲାଇ ୧୧ ତାରିଖରେ ଘୋଷଣା ହେବ ଫଳାଫଳ ।