ଏହି ଚଢାଉ ବେଳେ ବିପୁଳ ମାତ୍ରାରେ ନଗଦ ଟଙ୍କା ଜବତ ହେବା ସହ ବିଦେଶୀ ମୁଦ୍ରା ମଧ୍ୟ ମିଳିଥିଲା । ସେଠାରୁ ସାତଟି ଦେଶର ମୁଦ୍ରା ଜବତ ହୋଇଥିଲା । ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ଏହାର ଉଲ୍ଲେଖ କରିଛି ।
ଇଡି ଏହି ଚାର୍ଜସିଟରେ କହିଛି ଯେ ଅର୍ପିତାଙ୍କ ଫ୍ଲାଟରୁ ନେପାଳ, ଥାଇଲ୍ୟାଣ୍ଡ, ମାଲେସିଆ, ହଙ୍ଗକଙ୍ଗ, ବଙ୍ଗଳାଦେଶ, ସିଙ୍ଗାପୁର ଓ ଆମେରିକାର ମୁଦ୍ରା ଜବତ ହୋଇଛି । ହେଲେ ଏହି ବିଦେଶୀ ମୁଦ୍ରାର ପରିମାଣ କେତେ ତାର ଉଲ୍ଲେଖ କରାଯାଇ ନାହିଁ ।
ଏହା ବ୍ୟତୀତ ଇଡି ଏହି ଚାର୍ଜସିଟରେ ଅର୍ପିତା ମୁଖାର୍ଜୀ ତଥା ପାର୍ଥଙ୍କ ଥାଇଲ୍ୟାଣ୍ଡରେ ମଧ୍ୟ ସମ୍ପତ୍ତି ଥିବା ଅନୁମାନ କରିଛି । ଇଡି କହିଛି ଯେ ଉଭୟ ଅନେକ ଥର ଥାଇଲାଣ୍ଡ ଗସ୍ତ କରି ସାରିଛନ୍ତି । ଇଡି ତାର ଚାର୍ଜସିଟରେ କହିଛି ଯେ ଅର୍ପିତା ରାଜସାକ୍ଷୀ ହେବାକୁ ଆବେଦନ କରିଛନ୍ତି।
ଇଡି ଏହି ଚାର୍ଜସିଟରେ ଦାବି କରିଛି ଯେ ଅର୍ପିତାଙ୍କ ଫ୍ଲାଟରେ ମିଳିଥିବା ସମସ୍ତ ନଗଦ. ଗହଣା, ବିଦେଶୀ ମୁଦ୍ରା ଆଦିର ଲାଭାର୍ଥୀ କେହି ନୁହନ୍ତି ବରଂ ପାର୍ଥ ଚାଟାର୍ଜୀ ହିଁ ଏହାର ଲାଭାର୍ଥୀ ।
ଏଥିରେ ଆହୁରି କୁହାଯାଇଛି ଯେ ଅର୍ପିତାଙ୍କ ଦକ୍ଷିଣ କୋଲକାତା ସ୍ଥିତ ଡାଇମଣ୍ଡ ସିଟି ସାଉଥ ସ୍ଥିତ ଫ୍ଲାଟରୁ ୨୧ କୋଟି ୯୦ ଲକ୍ଷ, ବେଲଘରିଆସ୍ଥିତ ଫ୍ଲାଟରୁ ୨୭କୋଟି ୯୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ସେହି ପରି ଉଭୟ ଫ୍ଲାଟରୁ କ୍ରମଶଃ ୭୬.୯୭ ଲକ୍ଷ ଏବଂ ୪.୩୧ କୋଟି ଟଙ୍କାର ଗହଣା ଜବତ କରାଯାଇଥିଛି।
ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଜେଲରେ ବନ୍ଦ ଥିବା ପୂର୍ବତନ ମନ୍ତ୍ରୀ ତଥା ମମତା ବାନାର୍ଜୀଙ୍କ ଘନିଷ୍ଠ ପାର୍ଥ ଟାଟାର୍ଜୀ ଓ ତାଙ୍କର ଅତ୍ୟନ୍ତ ନିବିଡ ଅର୍ପିତା ମୁଖାର୍ଜୀଙ୍କ ଜାମିନ ପାଇଁ ତଳ କୋର୍ଟରେ କରାଯାଇଥିବା ଆବେଦନ କରି କୋର୍ଟରେ ହାଜର ହୋଇଥିବା ଅର୍ପିତା ଭୋ ଭୋ ହୋଇ କାନ୍ଦିବାର ଦେଖିବାକୁ ମିଳିଥିଲା ସେ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କ ଫ୍ଲାଟରେ ଏତେ ଟଙ୍କା କେଉଁଠାରୁ ଆସିଲା ସେ ବିଷୟରେ ସେ ଆଦୌ ଜାଣନ୍ତି ନାହିଁ ।
ପାର୍ଥ ମଧ୍ୟ କହିଥିଲେ ଯେ, ମନ୍ତ୍ରୀ ହେବା ପୂ୍ର୍ବରୁ ସେ ବିରୋଧୀ ଦଳର ନେତା ମଧ୍ୟ ଥିଲେ । ଇଡି ମୋ ଘରେ ୨୪ ଘଂଟା ଧରି ରେଡ କଲା । ହେଲେ କିଛି ପାଇ ନ ଥିଲା । ତେଣୁ ମୋତେ ଜାମିନ ଦିଆଯାଉ, ମୁଁ ଶାନ୍ତିରେ ବଂଚି ପାରିବି।