କୋରୋନାକୁ ନେଇ ସଂସଦରୁ ସତର୍କ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ସଂସଦରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ୧- ସୂଚନା ଅନୁସାରେ ଦେଶରେ ଏବେସୁଦ୍ଧା ୩ ଜଣ ଓମିକ୍ରନ ସବ୍ ଭାରିଏଣ୍ଟ BF.7ରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୨- ରାଜ୍ୟ ଗୁଡିକ ସବୁ କୋଭିଡ୍ କେସରେ ସମୟ ମୁତାବକ ଜିନମସିକୁଏନ୍ସିଂ କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ନୂଆ ଭାରିଏଣ୍ଟ ଉପରେ ନଜର ରଖିହେବ ଏବଂ ସମୟ ଥାଉ ଥାଉ ଏହାର ସଠିକ ଚିକିତ୍ସା ହୋଇପାରିବ।
୩- ଆଗକୁ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଥିବାରୁ ଲୋକମାନଙ୍କୁ ମାସ୍କ ଏବଂ ସାନିଟାଇଜର, ସାମାଜିକ ଦୂରତା ରକ୍ଷା କରିବା ପାଇଁ ସତର୍କ ରହିବାକୁ ରାଜ୍ୟଗୁଡିକ ନିର୍ଦ୍ଦେଶ ଦିଆଯାଇଛି।
୪- ଅନ୍ତର୍ଜାତୀୟ ବିମାନବନ୍ଦର ଗୁଡିକରେ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ର୍ୟଣ୍ଡମ RT-PCR ସାମ୍ପଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
୫- ବୁଷ୍ଟର ଡୋଜ୍ ଏବଂ କୋରୋନା ଟିକା ନେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ।
ସାରା ବିଶ୍ୱରେ ଦ୍ରୁତ ଗତିରେ ବଢ଼ି ଚାଲଇଛି ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନର ସବ୍ଭାରିଏଣ୍ଟ ବିଏଫ୍.୭ର ତିନୋଟି ମାମଲା ସାମ୍ନାକୁ ଆସିଛି। ଗୁଜରାଟରେ ଦୁଇଟି ଓ ଓଡ଼ିଶାରେ ଗୋଟିଏ ମାମଲା ଚିହ୍ନଟ ହୋଇଛି।କୋରୋନା ସ୍ଥିତିକୁ ଦେଖି ସତର୍କ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଭିଡରୁ ଦୁରେଇ ରହିବା ସହ ବିଦେଶ ଯାତ୍ରା ନ କରିବାକୁ ସତର୍କ କରାଯାଇଛି । ତୁରନ୍ତ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛି ମେଡିକାଲ ସଂଘ ।
କୋଭିଡ୍ ସ୍ଥିତିକୁ ନେଇ ଓଡ଼ିଶାରେ ସତର୍କ। ଆଗକୁ ହକି ବିଶ୍ବକପ ଥିବାରୁ ବେଶୀ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଆଗକୁ ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ କଟକଣା ଲାଗୁ ହୋଇପାରେ ବୋଲି ସତର୍କ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ବିଏଫ୍.୭ ଓମିକ୍ରନ୍ ଭାରିଏଣ୍ଟ ବିଏ.୫ର ଏକ ସବ୍ ଭାରିଏଣ୍ଟ। ଏହା ବେଶ୍ ସଂକ୍ରାମକ। ଏହାର ଇନ୍କ୍ୟୁବେସନ ମଧ୍ୟ ଅବଧି ବେଶ୍ କମ୍। ଏହା ଟିକା ନେଇଥିବା ବ୍ୟକ୍ତିଙ୍କୁ ଓ ପୂର୍ବରୁ ସଂକ୍ରମିତ ହୋଇସାରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରେ।ନୂଆ ଭାରିଏଣ୍ଟ ସଂକ୍ରମିତ ହେଲେ ଜର ହେବା ସହ ତଣ୍ଟ ପଡିଯିବା, ନାକରୁ ପାଣି ବୋହିବା ଏବଂ କାଶ ଭଳି ଲକ୍ଷଣ ଦେଖା ଦେଇଥାଏ |
ଭାରତ ଖବର ଆହୁରି ପଢନ୍ତୁ