ଓମିକ୍ରନର ଏହି ରୂପ ଅନ୍ୟ ସବଭାରିଆଣ୍ଟ ତୁଳନାରେ ଅଧିକ ଘାତକ। ତେବେ ପ୍ରଥମେ ଭାରତରେ ଏକ୍ବିବିବି ଭାରିଆଣ୍ଟ ଦେଖାଦେଇଥିଲା। ପରେ ଏହି ଭାରିଆଣ୍ଟ ରୂପ ବଦଳାଇ ଏବେ ଏକ୍ସବିବି.୧ ଏବଂ ଏକ୍ସବିବି ୧.୫ ଫ୍ୟାମିଲ ସବଭାରିଆଣ୍ଟ ଭାବେ ଆସିଛି। ଅତିରିକ୍ତ ମ୍ୟୁଟେଶନ କ୍ଷମତା ଯୋଗୁଁ ଏକ୍ସବିବି ୧.୫ ଅନ୍ୟ ଫ୍ୟାମିଲ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରମଣ। ବୁକ୍ୟୁ୧ ଠାରୁ ଏହି ଭାରିଆଣ୍ଟ ୧୨୦ ଗୁଣା ଅଧିକ ସଂକ୍ରମଣ।
୪୦ ପ୍ରତିଶତଙ୍କ ଠାରେ ଏକ୍ସବିବି ୧.୫ ଚିହ୍ନଟ

ନୂଆଦିଲ୍ଲୀ: ଆମେରିକାରେ ଆତଙ୍କ ରଚିଛି ସୁପର ଭାରିଆଣ୍ଟ। ଓମିକ୍ରନର ଏହି ନୂଆ ସବ୍ ଭାରିଆଣ୍ଟ ଏବେ ଆମେରିକାରେ ଚିନ୍ତା ବଢାଇଛି। ଚୀନ୍ , ଜାପାନରେ କୋଭିଡ୍ ଭାରିଆଣ୍ଟ ବିଏଫ୍.୭ ଯୋଗୁ ସଂକ୍ରମଣ ତିବ୍ର ହେଉଥିବାବେଳେ ଓମିକ୍ରନର ଏହି ନୂ୍ଆ ସବଭାରିଆଣ୍ଟ ଆମେରିକା ବାସୀଙ୍କୁ ଚିନ୍ତାରେ ପକାଇଛି। ଏକ ରିପୋର୍ଟ ଅନୁସାରେ ଆମେରିକାରେ ସଦ୍ୟ ସଂକ୍ରମିତଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ଠାରେ ଏକ୍ସବିବି ୧.୫ ଚିହ୍ନଟ ହୋଇଛି। ଗତ ସପ୍ତାହ ତୁଳନାରେ ଏହି ଭାରିଆଣ୍ଟ ମାମଲା ୨ ଗୁଣ ବୃଦ୍ଧି ପାଇଛି।
Download Argus News App
