ତେବେ କଣ ଏହି ଇ-ରୂପି ଆସନ୍ତୁ ଜାଣିବା...
ଯେମିତି ଆମେ ନୋଟ୍ ବ୍ୟବହାର କରୁଛେ । ସେ ଟଙ୍କା ଆସେ କେଉଁଠୁ ? ସେ ଟଙ୍କା ଆସେ ଆରବିଆଇରୁ । ଆରବିଆଇ ଟଙ୍କା ଛାପି ଥାଏ । ଯାହାକୁ ସେ ବ୍ୟାଙ୍କକୁ ଦେଇଥାଏ । ଆମେ ବ୍ୟାଙ୍କରୁ ଟଙ୍କା ଆଣି ଖର୍ଚ୍ଚ କରୁ । ସେମିତି ଆରବିଆଇ ଏକ ଆପ ତିଆରି କରିଛି । ଯାହାର ନାଁ ଡିଜିଟାଲ ରୂପି । ଯେଉଁଠି ଆମକୁ ଆଉ ବ୍ୟାଙ୍କ ଯିବାକୁ ପଡିବନି ।
ଏହି ଆପରେ ରହିବ ବ୍ଲକ ଚେନ୍ ଟେକନୋଲୋଜି । କ୍ରିପ୍ଟୋ ଭଳି ଏଥିରେ ଆପଣଙ୍କର ଏକ ୱାଲେଟ୍ ତିଆରି ହେବ ।
ଅର୍ଥାତ୍ ଆପଣ ଯେମିତି ନୋଟ୍ ବ୍ୟବହାର କରୁଛନ୍ତି ସେମିତି ନୋଟ୍ ର ଫଟୋ ଆପ ମାଧ୍ୟମରେ ଆରବିଆଇ ଦେବ । ଯାହାକୁ କୁହାଯାଉଛି ଇ –ରୂପି ।
ପ୍ରତ୍ୟେକ ନୋଟ୍ ର ଏକ ୟୁନିକ୍ ନମ୍ବର ଥାଏ । ସେମିତି ଡିଜିଟାଲ ରୂପିର ମଧ୍ୟ ଏକ ନମ୍ବର ରହିବ । ଯେମିତି ଆପଣ ନୋଟ୍ ଚଲାନ୍ତି ସେମିତି ଡିଜିଟାଲ ଟଙ୍କା ଗୋଟିଏ ଫୋନ୍ ରୁ ଅନ୍ୟ ଫୋନକୁ ଟ୍ରାନ୍ସଫର କରିପାରିବେ । କ୍ୟୁଆର୍ କୋଡ୍ ସ୍କାନ୍ କରି ଟଙ୍କା ଟ୍ରାନ୍ସଫର କରିପାରିବେ । ଯେମିତି ଆପଣ କ୍ୟାସ ବ୍ୟବହାର କରୁଥିଲେ ସେମିତି ଆପଣ ଡିଜିଟାଲ ରୂପି ବ୍ୟବହାର କରିବେ ।
ତେବେ ପ୍ରତି ନୋଟ୍ କୁ ଛାପିବା ପାଇଁ ଆରବିଆଇକୁ ଲାଗେ 3 ରୁ 4 ଟଙ୍କା । ତା ସହ ଟ୍ରାନ୍ସପୋର୍ଟର ମଧ୍ୟ ଖର୍ଚ୍ଚ ରହିଛି । ତେବେ ଗତ ବର୍ଷ ଅର୍ଥାତ 2021-22 ରେ କେବଳ ନୋଟ୍ ପ୍ରିଣ୍ଟ କରିବା ପାଇଁ ଆରବିଆଇକୁ ଖର୍ଚ୍ଚ କରିବାକୁ ପଡିଛି 5 ହଜାର କୋଟି ଟଙ୍କା । ଇ-ରୂପି ବ୍ୟବହାର କରିବା ଦ୍ୱାରା ଏହି ଖର୍ଚ୍ଚ ଆଉ ହେବନି । ଯେତେବେଳେ ଆପଣଙ୍କୁ ନୋଟ୍ ଜାଗାରେ ଫଟୋ ମିଳିବ ।
ପରୀକ୍ଷାମୂଳକ ଭାବେ ଦେଶର ୪ଟି ସହରରେ ଏହି ଡିଜିଟାଲ କରେନ୍ସି ସେବା ଆରମ୍ଭ କରାଯାଇଛି । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସି ଲଞ୍ଚ କରାଯାଇଛି । ଖୁବ ଶୀଘ୍ର ଭାରତର ଅନ୍ୟ ସହରରେ ମଧ୍ୟ ଇ-ରୂପି ଲଞ୍ଚ କରାଯିବ । ଡିଜିଟାଲ ରୂପି ଦ୍ୱାରା ଇ-ଟ୍ରାନଜକସନ ଆହୁରି ସୁବିଧାଜନକ ହେବ ।
ଆଧିକ ପଢନ୍ତୁ ଅର୍ଥନୀତି ଖବର...