ହେଲେ ଅଧିକାଂଶ ଲୋକେ ଏହା ଜାଣନ୍ତି ନାହିଁ ଯେ, ଏହି ରେଭ୍ ପାର୍ଟି କ’ଣ। କ’ଣ ହୁଏ ଏହି ପାର୍ଟିରେ। ଭାରତରେ କେବେଠୁ ଆରମ୍ଭ ହୋଇଛି ଏହି ବିବାଦୀୟ ପରମ୍ପରା। ଆସନ୍ତୁ ସେ ସମ୍ପର୍କରେ ଜାଣିବା ଏହି ଲେଖାରେ।
ବାସ୍ତବରେ ଡିଜେ ମ୍ୟୁଜିକ୍, ନିଶା ଆଉ ସେକ୍ସର ଏହି ଆସରକୁ ହିଁ ରେଭ୍ ପାର୍ଟି କୁହାଯାଏ। ଏହା ଏତେ ବ୍ୟୟ ବହୂଳ ପାର୍ଟି ଯେ, କେବଳ କୋଟିପତି ଘରର ଛୁଆ ହିଁ ଏଥିରେ ସାମିଲ ହୋଇପାରନ୍ତି। ନିଶା ନିଅନ୍ତି, ନାଚନ୍ତି ଆଉ ଖୋଲା ଖୋଲି ସେକ୍ସ କରନ୍ତି।
ଏହି ପାର୍ଟିଗୁଡିକ ବେସ୍ ଗୋପନୀୟ ହୋଇଥାଏ। ପୁଲିସ ପାଖରୁ ଏଥିପାଇଁ କୌଣସି ପରମିଶନ୍ ମିଳେନାହିଁ। ଏଣୁ ଏଥିରେ ଭାଗ ନେଉଥିବା ବଡ ଘରର ଛୁଆମାନଙ୍କୁ କୋଡ୍ ୱାଡ୍ ଜରିଆରେ ପାର୍ଟିରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଥାଏ।
୮୦ରୁ ୯୦ ଦଶକରେ ଏହି ରେଭ ପାର୍ଟି ପରମ୍ପରା ବିକଶିତ ହୋଇଛି। ୨୦ରୁ ୩୦ ବର୍ଷ ପୂର୍ବରୁ ଲଣ୍ଡନ ଆୟୋଜିତ ହେଉଥିବା ମଦ୍ୟ ତଥା ମୃଦୁପାନୀୟର ପାର୍ଟିକୁ ରେଭ୍ ପାର୍ଟି କୁହାଯାଉଥିଲା। ପରବର୍ତ୍ତି ସମୟରେ ଏହି ପାର୍ଟିରେ ନିଶା ସେବନକୁ ପ୍ରୋତ୍ସାହନ ମିଳିଲା।
ଆମେରିକା ନ୍ୟାୟ ବିଭାଗ ପକ୍ଷରୁ ଏହି ପାର୍ଟିକୁ ନେଇ ଏକ ଦସ୍ତାବେଜ ମଧ୍ୟ ଜାରି କରାଯାଇଛି। କୁହାଯାଇଛି ୧୯୮୦ରୁ ଆରମ୍ଭ ହୋଇଥିବା ଡ୍ୟାନ୍ସ ପାର୍ଟିଗୁଡିକକୁ ହିଁ ରେଭ୍ ପାର୍ଟିର ଅୟମାରମ୍ଭ ସମୟ ବୋଲି ଧରାଯିବ।
ଭାରତରେ ଗୋଆରୁ ଆରମ୍ଭ ହୋଇଛି ରେଭ ପାର୍ଟି ପରମ୍ପରା। ବିଦେଶାଗତ ଯାତ୍ରୀମାନଙ୍କୁ ଆପ୍ୟାୟିତ କରିବାକୁ ହିପ୍ପିମାନଙ୍କ ଦ୍ବାରା ଏହି ପାର୍ଟି ଆରମ୍ଭ କରାଯାଇଥିଲା।
ହିପ୍ପି । ଯୁବ ମାନସିକତାର ଏକ ଆନ୍ଦୋଳନ ଥିଲା। ଯେଉଁଥିରେ ରୁଢିବାଦି ପରମ୍ପରା ଓ ସଂସ୍କୃତିକୁ ବିରୋଧ କରୁଥିବା ଯୁବକ ଲମ୍ବା ଚୁଟି, ରଙ୍ଗ ବେରଙ୍ଗର କପଡା ପିନ୍ଧି ବୁଲୁଥାନ୍ତି। ନିଶା ସେବନ ଏହି ଆନ୍ଦୋଳନର ଗୋଟିଏ ପରମ୍ପରା ହୋଇଯାଇଥିଲା।
ଭାରତର ଗୋଆରେ କିଛି ପଥଭଷ୍ଟ୍ର ଯୁବକ ଏହି ପରମ୍ପରାକୁ ଆପଣେଇ ନେଇଥିଲେ। ଯେଉଁମାନେ ହିପ୍ପି ସଂସ୍କୃତି ଦ୍ବାରା ପ୍ରଭାବିତ ହୋଇ ରେଭ ପାର୍ଟିର ଆୟୋଜନ କରୁଥିଲେ। ହିପ୍ପିମାନେ ଗୋଆରେ ଆରମ୍ଭ କରିଥିବା ରେଭ ପାର୍ଟିର ପରମ୍ପରା ସେବେଠାରୁ ହିମାଚଳର ପ୍ରଦେଶର କୁଲ୍ଲୁ, ବେଙ୍ଗାଲୁରୁ, ମୁମ୍ବାଇ ଆଉ ପୁଣେକୁ ନିଜର ସ୍ଥାୟୀ ଠିକଣା କରି ନେଇଛି।
ଏହି ପାର୍ଟିରେ ଏଣ୍ଟ୍ରି କରିବାକୁ ବହୁତ ପଇସା ଦେବାକୁ ପଡେ। କୋକେନ, ଚରସ, ଗଞ୍ଜେଇ, ହସିସ, ଏଲସିଡି, ମେକେଡ୍ରୋନ ଭଳି ଦାମୀ ନିଶା ସେବନ କରିବାକୁ ମିଳେ। ଗୀତ ଆଉ ନିଶାର ତାଳେ ତାଳେ ଝୁମୁଥାନ୍ତି ଯୁବଗୋଷ୍ଠି। ପାର୍ଟି ଆୟୋଜନ କରିଥିବା ଅର୍ଗନାଇଜର ହିଁ ଡଗ୍ସ ଯୋଗାଇଥାନ୍ତି। ପାର୍ଟି ସମୟରେ ଆୟୋଜକ ଏକ ଚିଲ୍ ରୁମର ବ୍ୟବସ୍ଥା କରିଥାନ୍ତି। ଯେଉଁଠି ଖୋଲା ଖୋଲି ସେକ୍ସ କରିବାକୁ ଅନୁମତି ମିଳିଥାଏ।
ସେପଟେ ଡ୍ରଗ୍ସର ସାଇଡ ଇଫେକ୍ଟ ରୋକିବାକୁ ସ୍ପୋର୍ଟସ୍ ଡ୍ରିଙ୍ଗର ବ୍ୟବସ୍ଥା ମଧ୍ୟ ରହିଥାଏ। ଏଇଥିରୁ ଆପଣ ଚିନ୍ତା କରିପାରୁ ଥିବେ ଏହା କେତେ ମାରାତ୍ମକ ପାର୍ଟି।
ମାର୍ଚ୍ଚ ୨୦୦୭ରେ ପୁଣେର ଏକ ରେଭ ପାର୍ଟିରେ ପୁଲିସ ଚଢାଉ କରି ୨୮୦ ଲୋକଙ୍କୁ ଗିରଫ କରିଥିଲା। ଯାହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ଼ ଗିରଫଦାରି ବୋଲି ଦାବି କରାଯାଏ।